ଓଡିଶା

odisha

ETV Bharat / bharat

ମହାରାଷ୍ଟ ମହାଡ୍ରାମା: ଦଳୀୟ ନେତାଙ୍କ ନାମ ନେଇ ମନ୍ତ୍ରୀଙ୍କ ଶପଥ ପାଠ, ବିଜେପି କହିଲା ସମ୍ବିଧାନର ଅସମ୍ମାନ - Maharashtra ministers

ମହାରାଷ୍ଟ୍ରରେ ଦଳୀୟ ନେତାଙ୍କ ନାମ ନେଇ ଶପଥ ନେଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ବିଜେପି କହିଲା ଏହା ସମ୍ବିଧାନର ଅସମ୍ମାନ ।

Maharashtra ministers
ମହାରାଷ୍ଟ ରାଜନୀତି: ଦଳୀୟ ନେତାଙ୍କ ନାମ ନେଇ ମନ୍ତ୍ରୀଙ୍କ ଶପଥ ପାଠ, ବିଜେପି କହିଲା ସମ୍ବିଧାନର ଅସମ୍ମାନ

By

Published : Nov 29, 2019, 4:44 PM IST

ହାଇଦ୍ରାବାଦ: ଅନ୍ତ ହେଉନି ମହାରାଷ୍ଟ୍ର ମହାନାଟକ । କେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତ କେବେ ଶପଥ ନେବା ପାଇଁ, ବିଗତ କିଛି ସପ୍ତାହ ହେବ ଚର୍ଚ୍ଚାରେ ରହୁଛି ମହାରାଷ୍ଟ୍ର ରାଜନୀତି । ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ, କେଉଁ ଦଳ ଏହି ପଦ ହାତେଇବ ତାକୁ ନେଇ ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଗୁରୁବାର ଶିବସେନା ମୁଖ୍ୟ ଉଦ୍ଧାବ ଠାକରେ ଏନସିପି ଓ କଂଗ୍ରେସ ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶପଥ ପାଠକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ଶପଥ ପାଠ ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ସହିତ 6 ଜଣ ମନ୍ତ୍ରୀ ଶପଥ ନେବାବେଳେ ନିଜ ନିଜ ଦଳର ନେତାଙ୍କ ନାମ ନେଇ ଶପଥ ନେଇଥିବାରୁ ଏହି ବିବାଦ ସାମ୍ନାକୁ ଆସିଛି ।

ଗୁରୁବାର, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ମୁଖ୍ୟମନ୍ତ୍ରୀ ଓ 6 ଜଣ ମନ୍ତ୍ରୀଙ୍କୁ ଶିବାଜୀ ପାର୍କରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଶିବସେନା, ଏନସିପି ଓ କଂଗ୍ରେସର 6 ଜଣ ମନ୍ତ୍ରୀ ନିଜ ନିଜ ଦଳର ନେତାଙ୍କ ନାମ ନେଇ ଶପଥ ନେଇଥିଲେ । ଯାହାକୁ ନେଇ ରାଜ୍ୟପାଳ ବିରକ୍ତି ହେବା ସହ ପୁନଃ ଏପରି ନହେବାକୁ କହିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଏହି ଘଟଣାକୁ ନେଇ ବିଜେପି ମଧ୍ୟ ଶାସକ ମେଣ୍ଟକୁ ଘେରିଛି । ଏହା ମହାରାଷ୍ଟ୍ରର ଜନତା ଓ ସମ୍ବିଧାନର ଅପମାନ ବୋଲି ବିଜେପି କହିଛି । ବିଜେପି ନେତା ଜିଭିଏଲ ନରସିଂହା ରାଓ କହିଛନ୍ତି,‘ମୁଁ ବିଗତ 30 ବର୍ଷ ହେବ ରାଜନୀତି କରୁଛି । ମୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶପଥ ଗ୍ରହଣ ଦେଖିଛି । କିନ୍ତୁ ଏଭଳି ଶପଥ ଗ୍ରହଣ କେବେ ବି ଦେଖିନାହିଁ ଯେଉଁଠି ନେତା ମାନେ ସେମାନଙ୍କ ଦଳର ନେତାଙ୍କ ନାମ ନେଇ ଶପଥ ନେଇଥାନ୍ତି । ଯାହା ସମ୍ବିଧାନର ଅସମ୍ମାନ ।’ ଏହାସହ ରାଜ୍ୟବାସୀ ଏମାନଙ୍କୁ ବିଧାୟକ କରି ପଠାଇଛନ୍ତି । ହେଲେ ଏହି ବିଧାୟକ ମାନେ ଏପରି କରିବା ମହାରାଷ୍ଟ୍ର ଜନତାଙ୍କ ପ୍ରତି ମଧ୍ୟ ଅପମାନ ବୋଲି ସେ କହିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ କୌଣସି ମତାମତ ଦେବାକୁ ମନା କରିଛନ୍ତି ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ । ଅନ୍ୟପଟେ ଏହି ଘଟଣାରେ ଏନସିପି ମୁଖପାତ୍ର ନୱାମ ମଲ୍ଲିକ ଯଦିଓ ଏପରି ନ ହେବାକୁ କହିଛନ୍ତି ତଥାପି, ସେ ମେଣ୍ଟର ସମର୍ଥନରେ ବାହିରିଛନ୍ତି । ସେ କହିଛନ୍ତି, ‘ଏପରି ଘଟଣା ପ୍ରଥମ ଥର ହୋଇନାହିଁ । ଏହା ପୂର୍ବରୁ ସଂସଦରେ ମଧ୍ୟ ଅନେକ ନେତା ସେମାନଙ୍କର ନେତାଙ୍କ ନାମ ନେଇ ଶପଥ ନେଇଥାନ୍ତି ।’

ଗୁରୁବାର ହୋଇଥିବା ଏହି ଶପଥ ଗ୍ରହଣ ସମାରୋହରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ତାଙ୍କ ସ୍ବର୍ଗୀୟ ପିତା ତଥା ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ନାମ ନେଇ ଶପଥ ନେଇଥିଲେ । ଶିବସେନାର ଦୁଇ ମନ୍ତ୍ରୀ ବାଲାସାହେବ ଓ ଛତ୍ରପତି ଶିବାଜୀଙ୍କ ନାମ ନେଇଥିବାବେଳେ ଏନସିପିର ଦୁଇ ମନ୍ତ୍ରୀ ଶରଦ ପାୱାରଙ୍କ ନାମ ଓ କଂଗ୍ରେସର ଦୁଇ ମନ୍ତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାମ ନେଇ ଶପଥ ନେଇଥିଲେ ।

ABOUT THE AUTHOR

...view details