ମୁମ୍ବାଇ: ମାୟାନଗରୀରେ ଦିନକୁ ଦିନ କୋରୋନା କାୟା ବିସ୍ତାର ହେଉଥିବାବେଳେ କୋରୋନା ସଙ୍ଗରୋଧ କେନ୍ଦ୍ରରେ 40 ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗର କିଛି ଦିନ ପରେ ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ସଙ୍ଗରୋଧ କେନ୍ଦ୍ରରେ ଦୁଷ୍କର୍ମ ହେବା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଅପରାଧୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ମୁଁ ଗୃହମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ଚିଠି ମଧ୍ୟ ଲେଖିଛି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯଶୋମତି ଠାକୁର କହିଛନ୍ତି ।