ମୁମ୍ବାଇ: ସରକାରୀ ମେଡିକାଲରେ ଆଇସିୟୁ ବିଭାଗରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ରୋଗୀ । ଏହି ଘଟଣା ଘଟିଛି ସକାଳେ ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ଆଇସିୟୁ ବିଭାଗରେ ।
ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ 15 ରୋଗୀ - ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ
ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ଆଇସିୟୁ ବିଭାଗରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ 15 ଜଣ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ
ସୂଚନା ଅନୁଯାୟୀ, ସୋମବାର ସକାଳେ କୋଲହାପୁର ଜିଲ୍ଲାର ଛତ୍ରପତି ପ୍ରମିଳା ରାଜେ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାପରେ ନିଆଁକୁ ଆୟତ କରାଯାଇଛି ।
ଏପଟେ ଆଇସିୟୁ ବିଭାଗରେ ଥିବା ସମସ୍ତ 15 ଜଣ ରୋଗୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କାରଣ ଯୋଗୁଁ ଅଳ୍ପକେ 15 ରୋଗୀଙ୍କ ଜୀବନ ବଞ୍ଚିଯାଇଛି ।