ଓଡିଶା

odisha

ETV Bharat / bharat

ସାବଧାନ! ଗୁଜବକାରୀ, କଡା କାର୍ଯ୍ୟାନୁଷ୍ଠାନ ନେବେ ମହାରାଷ୍ଟ୍ର ସରକାର - କଡା କାର୍ଯ୍ୟାନୁଷ୍ଠାନ

ଗୁଜବ ଖବର ପ୍ରଚାରକାରୀଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର ।

fake news
ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ ମହାରାଷ୍ଟ୍ର

By

Published : May 23, 2020, 7:02 PM IST

ମୁମ୍ବାଇ: ଗୁଜବ ଖବର ପ୍ରଚାରକାରୀଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଲକଡାଉନ ପରଠୁ ସାଇବର ଅପରାଧ ମାମଲା ବୃଦ୍ଧି ପାଇଥିବା ରାଜ୍ୟସରକାର କହିଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରି ହ୍ବାଟ୍ସଆପ୍, ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ଟିକଟକ ଭଳି ପ୍ଲାଟଫର୍ମରେ କେତେକ ଲୋକ ଘୃଣ୍ୟ ମେସେଜ ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ପ୍ରୋତ୍ସାହିତ କରିବା ପାଇଁ ଖବର ପ୍ରଚାର କରୁଛନ୍ତି ।

ମହାରାଷ୍ଟ୍ରରେ ଲକଡାଉନ ଲାଗୁ ହେବା ପରଠାରୁ ସାଇବର ଅପରାଧର ହାର ବୃଦ୍ଧି ପାଇଛି । ହ୍ବାଟ୍ସଆପ୍, ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ କିମ୍ବା ଟିକଟକ୍‌ରେ ଲୋକେ ମହିଳାଙ୍କ ପ୍ରତି ହିଂସା ସୃଷ୍ଟି କରୁଥିବା ମେସେଜ ପୋଷ୍ଟ କରୁଛନ୍ତି । ଯାହା ସମାଜରେ ଘୃଣା ଏବଂ ମତଭେଦ ସୃଷ୍ଟି କରୁଛି। ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ଏବଂ ଦୁଷ୍କର୍ମକୁ ପ୍ରୋତ୍ସାହନ ଦିଆଯାଉ ଭଳି ଭିଡିଓ ଏବଂ ପୋଷ୍ଟଗୁଡିକ ପୋଷ୍ଟ କରାଯାଉଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶନିବାର ଦେଶମୁଖ କହିଛନ୍ତି।

ଏଥିସହ ସେ କହିଛନ୍ତି, ଏପରି ଭିଡିଓ ଏବଂ ମେସେଜ ପୋଷ୍ଟ କରୁଥିବା ଲୋକଙ୍କ ସହ ସାଇବର ଅପରାଧୀଙ୍କ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଗୋଟିଏ ପୁରୁଷକୁ ଛାଡି ଅନ୍ୟ ପୁରୁଷ ସହ ଯିବା କାରଣରୁ ଜଣେ ମହିଳାଙ୍କ ଉପରେ ଏସିଡ୍ ମାଡ କରିବା ଭଲି ଏକ ଭିଡିଓ ସେୟାର କରି ନିକଟରେ ମହାରାଷ୍ଟ୍ରରେ ଟିକଟକ୍ ଷ୍ଟାର ଫୈଜଲ ସିଦ୍ଦିକିଙ୍କର 13 ମିଲିୟନରୁ ଅଧିକ ଫଲୋର ରହିଛନ୍ତି । ପରବର୍ତ୍ତୀ ଦୃଶ୍ୟରେ, ମହିଳାଙ୍କ ଚେହେରାରେ ଭାରୀ ଲାଲ ରଙ୍ଗର ମେକଅପ ଲଗାଯାଇ ତାଙ୍କୁ ଏସିଡ୍ ପିଡିତା ଭାବରେ ଉପସ୍ଥାପନା କରାଯାଇଛି ।

ଏହାକୁ ନେଇ ଏନସିଡବ୍ଲୁ ଅଧ୍ୟକ୍ଷ ରେଖା ଶର୍ମା ମହାରାଷ୍ଟ୍ର ଡିଜିପି ସୁବୋଧ କୁମାର ଜୈସୱାଲଙ୍କୁ ଚିଠି ଲେଖି ମହିଳାଙ୍କ ଉପରେ ଆକ୍ରମଣ କରୁଥିବା ଏଭଳି ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ସିଦ୍ଦିକୀଙ୍କ ଗିରଫ ଦାବି କରିଛନ୍ତି।

ABOUT THE AUTHOR

...view details