ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଘଟିଥିବା ବସ-ଅଟୋରିକ୍ସା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ସେହିପରି ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ। ଏନେଇ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଅନୀଲ ପାରବ ଜଣାଇଛନ୍ତି। ଏହା ସହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା 35ରେ ପହଞ୍ଚିଛି। ଏ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।
ନାସିକ ଦୁର୍ଘଟଣା: ମୃତକଙ୍କ ପାଇଁ ସହାୟତା ଘୋଷଣା, ପିଏମ୍ଙ୍କ ଶୋକପ୍ରକାଶ
ମହାରାଷ୍ଟ୍ରର ନାସିକରେ ହୋଇଥିବା ବସ-ଅଟୋ ରିକ୍ସା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ସରକାର 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଶୋକପ୍ରକାଶ କରିଛନ୍ତି।
ନାସିକ ଦୁର୍ଘଟଣା: ମୃତକଙ୍କ ପରିବାରକୁ 10 ଲକ୍ଷ ସହାୟତା ଘୋଷଣା କଲେ ମହାରାଷ୍ଟ୍ର ସରକାର
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମହାରାଷ୍ଟ୍ରର ନାସିକରେ ଘଟିଥିବା ଦୁର୍ଘଟଣା ବେଶ ଦୁର୍ଭାଗ୍ୟଜନକ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି। ଏହା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।’
ଗତକାଲି ନାସିକର ଦେଓଲା ଅଞ୍ଚଳରେ ଗୋଟିଏ ବସ ଓ ଅନ୍ୟ ଏକ ଅଟୋରିକ୍ସା ମଧ୍ୟରେ ଦୁର୍ଘଟଣା ହୋଇଥିଲା। ଏହା ପରେ ଉଭୟ ବସ ଓ ଅଟୋରିକ୍ସା ପାଖରେ ଥିବା ଏକ କୂଅରେ ଖସି ପଡିଥିଲା। ଦୁର୍ଘଟଣାଗ୍ରସ୍ତ ବସଟି ମାଲେଗାଓଁରୁ ଧୋବିଘାଟ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ବସର ପଛଭାଗକୁ କଟାଯାଇ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
Last Updated : Jan 29, 2020, 11:51 AM IST