ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ବିକ୍ରି ହୋଇପାରିବନି ପତଞ୍ଜଳି ଔଷଧ - କୋରୋନା

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ଔଷଧକୁ ନକଲି ବୋଲି ସମାଲୋଚନା କରିବା ସହ ସରକାର ପତଞ୍ଜଳି ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟପଟେ, ରାଜସ୍ଥାନରେ ରାମଦେବ ବାବାଙ୍କ ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଉତ୍ତରାଖଣ୍ଡ ସରକାର ପତଞ୍ଜଳିର ଦିବ୍ୟ ଫାର୍ମାସିକୁ ନୋଟିସ ଜାରି କରିଛନ୍ତି। ଅଧିକ ପଢନ୍ତୁ...

କୋରୋନିଲକୁ ନକଲି ବୋଲି ସମାଲୋଚନା କଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ
କୋରୋନିଲକୁ ନକଲି ବୋଲି ସମାଲୋଚନା କଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

By

Published : Jun 25, 2020, 3:28 PM IST

Updated : Jun 25, 2020, 3:43 PM IST

ମୁମ୍ବାଇ: କୋରୋନାକୁ ନେଇ ସାରାବିଶ୍ବ ଏବେ ଆତଙ୍କିତ । ତେବେ ଏହାର ବିଲୋପ ପାଇଁ ବିଶ୍ବର ଅଧିକାଂଶ ଦେଶ ଔଷଧ ତିଆରିରେ ଲାଗିପଡ଼ିଛନ୍ତି । ମାତ୍ର ଏକ ସପ୍ତାହ ପୂର୍ବରୁ ବାବା ରାମଦେବ କହିଥିଲେ ଯେ ସେ ଏହି କୋରୋନା ଭାଇରସ୍ ଉପରେ ଗବେଷଣା କରିଛନ୍ତି ଏବଂ ଏହି ଔଷଧକୁ କୋରୋନିଲ ନାମରେ ବଜାରକୁ ଅଣାଯାଇଛି । ତେବେ ଏହି ସମୟ ମଧ୍ୟରେ ବାବା ରାମଦେବଙ୍କ କୋରୋନା ଔଷଧ କୋରୋନିଲକୁ ନେଇ ବିବାଦ ବଢିବାରେ ଲାଗିଛି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ଔଷଧକୁ ନକଲି ବୋଲି ସମାଲୋଚନା କରିଛନ୍ତି ଏବଂ ସରକାର ପତଞ୍ଜଳି ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେ କହିଛନ୍ତି ଯେ, ଆୟୁଷ ମନ୍ତ୍ରଣାଳୟର ଅନୁମତି ବିନା ଔଷଧ ଭାବରେ ଏହି ଦାବିକୁ ଗ୍ରହଣ କରାଯାଇପାରିବ ନାହିଁ। ଅନିଲ ଦେଶମୁଖଙ୍କ ସମାଲୋଚନାର ଜବାବରେ ବିଜେପି ବିଧାୟକ ରାମ କଦମ କହିଛନ୍ତି ଯେ, ମହାରାଷ୍ଟ୍ରର ସରକାରୀ ମନ୍ତ୍ରୀମାନେ ଏହି ଔଷଧକୁ ପରୀକ୍ଷା ନକରି ଏହି ଔଷଧକୁ ନକଲି ବୋଲି କହିବା କେତେ ଉପଯୁକ୍ତ ବୋଲି ପ୍ରଶ୍ନ କରି ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ଅନ୍ୟପଟେ, ରାଜସ୍ଥାନରେ ରାମଦେବ ବାବାଙ୍କ ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଉତ୍ତରାଖଣ୍ଡ ସରକାର ପତଞ୍ଜଳିର ଦିବ୍ୟ ଫାର୍ମାସିକୁ ନୋଟିସ ଜାରି କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2020, 3:43 PM IST

ABOUT THE AUTHOR

...view details