ମୁମ୍ବାଇ: ଗତକାଲି ଠାରୁ ମହାରାଷ୍ଟ୍ର ମହାଭାରତରେ ଅନେକ ଦୃଶ୍ୟ ମଞ୍ଚସ୍ଥ ହୋଇସାରିଛି । ତଥାପି ଆଜି ସୁଦ୍ଧା କୌଣସି ନିଷ୍ପତି ନିଆଯାଇ ପାରିଲା ନାହିଁ । ପ୍ରଥମେ ବିଜେପି ପରେ ଶିବସେନା ଶେଷରେ ପାଳି ପଡିଛି ଏନସିପିର । ପ୍ରଥମ ଦୁଇଟି ଦଳ ସରକାର ଗଠନ କରିବା ପାଇଁ ଅସମର୍ଥ ପ୍ରକାଶ କରିବା ପରେ ଏନସିପିକୁ ଆଜି ରାତି 8ଟା ଯାଏଁ ସମୟ ଦେଇଛନ୍ତି ରାଜ୍ୟପାଳ । ଏନସିପି ମଧ୍ୟ ସରକାର ଗଠନ କରିବା ସ୍ଥିତିରେ ନାହିଁ ।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ସୁପାରିଶ ! - ମହାରାଷ୍ଟ୍ର ମହାଭାର
ଛିଣ୍ଡିଲାନି ଭାଗ ବଣ୍ଟା । ଶିବସେନା-ଏନସିପି-କଂଗ୍ରେସ ସରକାର ଗଠନ ଆଶା ଏବେ ଝୁଲାରେ । ଆଲୋଚନା, ଭାଗବଣ୍ଟାରେ ହିଁ ଅଟକି ରହିଛି ମହାରାଷ୍ଟ୍ର ଭାଗ୍ୟ । ଖୁବଶିଘ୍ର ରାଷ୍ଟ୍ରପତି ଶାସନ ପାଇଁ ହୋଇପାରେ ଘୋଷଣା ।
ବର୍ତ୍ତମାନ ମହାରାଷ୍ଟ୍ରର ସାମ୍ପ୍ରତିକ ସ୍ଥିତି ଦେଖି ରାଜ୍ୟପାଳ କେନ୍ଦ୍ରଗୃହ ମନ୍ତ୍ରଣାଳୟକୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିପାରନ୍ତି । ଅପରାହ୍ନ 4ଟା ପୂର୍ବରୁ ଯେକୌଣସି ସମୟରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ରକୁ ସୁପାରିଶ କରିବେ ବୋଲି ଜଣାପଡିଛି । ଯେଉଁଥି ପାଇଁ ରାଜଭବନରେ ଆବଶ୍ୟକ ପ୍ରସ୍ତୁତି ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।
ଆଉ ଏହି ଚର୍ଚ୍ଚାକୁ ବଳ ଯୋଗାଉଛି କେନ୍ଦ୍ର କ୍ୟାବିନେଟ ବୈଠକ ଆୟୋଜନ କାରଣ ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦି 3ଦିନିଆ ବ୍ରାଜିଲ ଗସ୍ତରେ ଯିବେ । ତାପୂର୍ବରୁ ମହାରାଷ୍ଟ୍ର ସମ୍ପର୍କରେ କିଛି ବଡ ନିଷ୍ପତି ନେଇପାରନ୍ତି କେନ୍ଦ୍ର କ୍ୟାବିନେଟ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାତି 8 ଟା ପରେ ଯେକୌଣସି ମୁହୁର୍ତ୍ତରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ଆଲୋଚନା ଚାଲିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟପାଳଙ୍କ ପାଖରେ ସମସ୍ତ ବିକଳ୍ପ ଶେଷ ହୋଇଥିବାରୁ ରାଷ୍ଟ୍ରପତି ଶାସନ ସୁପାରିଶ ହୋଇପାରେ ।