ମୁମ୍ବାଇ: କୋରୋନା ଟେଷ୍ଟିଂକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ଘରୋଇ ଲ୍ୟାବରେ ହେଉଥିବା କୋରୋନା ପରୀକ୍ଷା ହାରକୁ ଉଦ୍ଧବ ଠାକରେ ଚତୁର୍ଥ ଥର ପାଇଁ ସଂଶୋଧନ କରିଛନ୍ତି । ଏବେ ମାତ୍ର ୯୮୦ ଟଙ୍କାରେ ସମସ୍ତେ କୋରୋନା ପରୀକ୍ଷା କରି ପାରିବେ । ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିରେ ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଅଧିକ ସହଜ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ।
୯୮୦ ଟଙ୍କାରେ ହେବ କୋରୋନା ଟେଷ୍ଟ, ଦାମ ସ୍ଥିର କଲେ ଉଦ୍ଧବ ସରକାର - କୋରୋନା ଟେଷ୍ଟିଂ
କୋରୋନା ଟେଷ୍ଟିଂକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମହାରାଷ୍ଟ୍ର ସରକାର । ଏବେ ମାତ୍ର ୯୮୦ ଟଙ୍କାରେ ସମସ୍ତେ କରି ପାରିବେ କୋରୋନା ପରୀକ୍ଷା । ଅଧିକ ପଢନ୍ତୁ...
ତେବେ ଯେଉଁମାନଙ୍କୁ ଏଣିକି କୋରୋନା ପରୀକ୍ଷା କରାଇବାର ଅଛି ସେମାନଙ୍କୁ ୯୮୦ ଟଙ୍କା ତଥା ଅତି ବେଶୀରେ ୧୮୦୦ ଟଙ୍କା ଖର୍ଚ କରିବାକୁ ପଡ଼ିବ। ସରକାର କୋରୋନା ପରୀକ୍ଷାକୁ ତିନିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ଯଥା- ୯୮୦, ୧୪୦୦ ଓ ୧୮୦୦ ଟଙ୍କା। ମହାରାଷ୍ଟ୍ରରେ ଯେକୌଣସି କେରୋନା ଲ୍ୟାବରେ କେରୋନା ପରୀକ୍ଷା ପାଇଁ ୯୮୦ ଟଙ୍କା ଦେବାକୁ ପଡ଼ିବ। କୋଭିଡ ସେଣ୍ଟର ବା ହସ୍ପିଟାଲରେ ପରୀକ୍ଷା କରାଇବା ପାଇଁ 1400 ଟଙ୍କା। ସେହିପରି ରୋଗୀଙ୍କ ଘରକୁ ଯାଇ କୋରୋନା ପରୀକ୍ଷା କରାଇବା ପାଇଁ 1800 ଟଙ୍କା ଦେବାକୁ ପଡ଼ିବ। ସମସ୍ତଙ୍କ ପାଖରେ କୋରୋନା ପରୀକ୍ଷା ପହଞ୍ଚାଇବା ପାଇଁ ଏଭଳି ମୂଲ୍ୟ ସରକାର ସ୍ଥିର କରିଛନ୍ତି ସରକାର। ଏହା ପୂର୍ବରୁ ୨୦୦ ଟଙ୍କା ଅଧିକ ଦେବାକୁ ପଡ଼ୁଥିଲା। ତେବେ ଏକ ଲକ୍ଷରେ 70,000 ପରୀକ୍ଷା କରାଯାଉଛି ଏବଂ ଏହି ପରୀକ୍ଷାକୁ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି । ଯାହାଫଳରେ କୋରୋନା ଉପରେ ଅଧିକ ନିୟନ୍ତ୍ରଣ ହାସଲ କରାଯାଇପାରିବ ।
ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଏନେଇ ସଜାଗ ରହିବାକୁ ନିବେଦନ କରିଛନ୍ତି । ଯଦ୍ବାରା ସାରା ରାଜ୍ୟରେ ସଂଶୋଧିତ ହାର ଅନୁଯାୟୀ ରୋଗୀଙ୍କୁ ଚାର୍ଜ କରାଯିବ। ମହାରାଷ୍ଟ୍ରରେ କୋରୋନା ସଂକ୍ରମଣର 6,059 ନୂତନ ରିପୋର୍ଟ ହେବା ପରେ ରବିବାର ଦିନ ମୋଟ ସଂକ୍ରମିତଙ୍କ ସଂଖ୍ୟା 16,45,020 କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ସେହିପରି ଦିନକରେ 112 ଜଣଙ୍କ ମୃତ୍ୟୁ ହୋଇ ମୃତ୍ୟୁ ସଂଖ୍ୟା 43,264 କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 14,60,755 ଜଣ ସୁସ୍ଥ ହୋଇଥିବା ବେଳେ 1,40,486 ଟି ସକ୍ରିୟ ମାମଲା ରହିଛି ।