ଓଡିଶା

odisha

ETV Bharat / bharat

ସସପେନ୍ସରେ ସରକାର: ଅଟକିଛି ସମର୍ଥନ ପତ୍ର, କଂଗ୍ରେସର ଲୁଚକାଳି ଖେଳ - ଶିବସେନା-ଏନସିପି ମେଣ୍ଟକୁ ବାହ୍ୟମସର୍ଥନ ଦେବ କଂଗ୍ରେସ

କଂଗ୍ରେସ ମହାରାଷ୍ଟ୍ରରେ ଶିବସେନା ନେତୃତ୍ଵରେ ହେବାକୁ ଥିବା ସରକାରକୁ ବାହ୍ୟ ସମର୍ଥନ ଦେବାକୁ ଘୋଷଣା କରିଛି।ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 11, 2019, 8:08 PM IST

Updated : Nov 11, 2019, 9:10 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆଗକୁ ମେଣ୍ଟ କରିବ ରାଜ୍‌ । ମହାରାଷ୍ଟ୍ର ସରକାର ଗଠନକୁ ନେଇ ଚାଲିଥିବା ମହାଡ୍ରାମାରେ ସୋମବାର ନିର୍ଣ୍ଣାୟକ ନିଷ୍ପତ୍ତି ଆସିଛି । ରାଜ୍ୟରେ ହାତ-ଘଡି-ଧନୁତୀର ଏକାଠି ମିଶି ସରକାର ଗଢିବା ଏକ ପ୍ରକାର ନିଶ୍ଚିତ ହେଲା ପରି ଜଣାପଡୁଛି । ସୋମବାର ତୁହାକୁ ତୁହା ବୈଠକ, ବିଚାର ପରେ ଶେଷରେ ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଆଭାସ ମିଳିଛି । ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବା ଖବର ବିଶ୍ବସ୍ତ ସୂତ୍ରରୁ ମିଳିଛି। ଶିବସେନାକୁ ସମର୍ଥନ କରିବ କଂଗ୍ରେସ ଓ ଏନ୍‌ସିପି । କଂଗ୍ରେସ ମହାରାଷ୍ଟ୍ରରେ ଶିବସେନା ନେତୃତ୍ଵରେ ହେବାକୁ ଥିବା ସରକାରକୁ ବାହ୍ୟ ସମର୍ଥନ ଦେବାକୁ ଘୋଷଣା ଜଲଦି କରିପାରେ।


ସୋମବାର ମହାରାଷ୍ଟ୍ର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ରହିଛି । ନୂଆଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକରେ ମାରାଥନ ଆଲୋଚନା, ବିମର୍ଷ ଜାରି ରହିଛି । ଅନ୍ୟପଟେ ରାଜଭବନ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ । ତାଙ୍କ ସହ ଶିବସେନା ବିଧାୟକ ଦଳନେତା ଏକନାଥ ସିନ୍ଦେ ଓ ଅନେକ ବିଧାୟକ ଆଦିତ୍ୟଙ୍କ ସହ ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।

ରାଜ୍ୟପାଳଙ୍କୁ ଭେଟିବା ପରେ ରାଜଭବନରେ ପ୍ରେସମିଟ୍‌ କରିଛି ଶିବସେନା । ଶିବସେନା ରାଜ୍ୟପାଳଙ୍କୁ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ପ୍ରସ୍ତୁତି ନିମନ୍ତେ 48 ଘଣ୍ଟାର ସମୟ ମାଗିଥିବା କହିଛନ୍ତି ଆଦିତ୍ୟ ଠାକରେ । ଏହାସହ କଂଗ୍ରେସ ଓ ଏନସିପି ପକ୍ଷରୁ ସମର୍ଥନ ପତ୍ର ମିଳିନଥିବା କହିଛନ୍ତି ଆଦିତ୍ୟ । ଆଗାମୀ 2-3 ଦିନ ଭିତରେ କଂଗ୍ରେସ ଓ ଏନସିପି ପକ୍ଷରୁ ସମର୍ଥନ ପତ୍ର ମିଳିବା କଥା ପ୍ରେସମିଟ୍‌ରେ କହିଛନ୍ତି ଆଦିତ୍ୟ ଠାକରେ । ପୂର୍ବରୁ ରାଜ୍ୟପାଳ ସୋମବାର ସଂଧ୍ୟା ସାଢେ ୭ଟା ସୁଦ୍ଧା ଆବଶ୍ୟକ ବିଧାୟକଙ୍କ ସମର୍ଥନ ପ୍ରଦାନ ପାଇଁ ଶିବସେନାକୁ ଆଦେଶ ଦେଇଥିଲେ। ସୂତ୍ର ଅନୁସାରେ ନଭେମ୍ବର 17 ତାରିଖରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ଆଗ୍ରହ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିଥିବା ଖବର ରହିଛି।

ଏଠାରେ ସୂଚନା ଯୋଗ୍ୟ ଯେ, ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି । ଏବେ ଶିବସେନା-ଏନସିପି ଓ କଂଗ୍ରସର ସଂଖ୍ୟା ମିଶିଲେ 154ରେ ପହଞ୍ଚିବ ଓ ଶିବସେନା ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଯିବ । ଏବେ ଶିବସେନା ରାଜ୍ୟରେ ସରକାର ଗଠନ କରିବା ନେଇ ଏକପ୍ରକାର ନିଶ୍ଚିତ ବୋଲି ସୂଚନା ରହିଛି ।

Last Updated : Nov 11, 2019, 9:10 PM IST

ABOUT THE AUTHOR

...view details