ଓଡିଶା

odisha

ETV Bharat / bharat

ଥାନେ ଟାଉନସିପର କରମସିଆଲ ବିଲ୍ଡିଂ ଭୟାବହ ଅଗ୍ନିକାଣ୍ତ

ଥାନେ ଟାଉନସିପରେ ଥିବା କରମସିଆଲ ବିଲ୍ଟିଂ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ, କେହି ମୃତାହତ ହୋଇ ନଥିବା ସୂଚନା । ଅଧିକ ପଢନ୍ତୁ....

By

Published : Aug 10, 2020, 1:39 PM IST

Maharashtra: Fire at commercial building in Thane; no casualty reported
ଥାନେ ଟାଉନସିପର କରମସିଆଲ ବିଲ୍ଟିଂ ଭୟାବହ ଅଗ୍ନିକାଣ୍ତ ,ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ମୁମ୍ବାଇ:ମହାରାଷ୍ଟ୍ର ଥାନେ ଜିଲ୍ଲାର ଉଲହସନଗର ଟାଉନସିପରେ ଥିବା ତିନି ମହଲା ବିଶିଷ୍ଟ ବ୍ୟବସାୟିକ କୋଠାରେ (କରମସିଆଲ ବିଲ୍ଟିଂ) ଭୟାବହ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ତେବେ, ବିଲ୍ଡ୍ଂର ପ୍ରଥମ ମହଲାରେ ପ୍ରଣ୍ଟିଙ୍ଗ ସର୍ଭିସ କମ୍ପାନୀ ରହିଛି । ରବିବାର ଥିବାରୁ କମ୍ପାନୀ ଛୁଟି ରହିଥିଲେ । ନଚେତ ଅନେକ ଧନଜୀବନ ନଷ୍ଟ ହୋଇଥାନ୍ତା । ରବିବାର ରାତି ପ୍ରାୟ 10.30 ସମୟରେ ପ୍ରଥମ ମହଲାରେ ଥିବା ଏକ ପ୍ରିଣ୍ଟିଂ କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହା ପୁରା ବିଲ୍ଡିଂକୁ ବ୍ୟାପିଯାଇଥିଲା ।

ଘଟଣାସ୍ଥଳରେ 5ଟି ଦମକଳ ଗାଡି ପହଞ୍ଚି ଥିଲା । ତେବେ ନିଆଁର ଭୟାବହତା ଅଧିକ ଥିବାରୁ ଆୟତ୍ତ କରିବା ପାଇଁ ଅଧିକ ସମୟ ଲାଗିଥିଲା । ସୋମବାର ସକାଳ 8ଟା.30 ଯାଏଁ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା ।

ABOUT THE AUTHOR

...view details