ଓଡିଶା

odisha

ETV Bharat / bharat

କୋରୋନାରେ ଆକ୍ରାନ୍ତ ଅଜିତ ପାୱାର - ajit-pawar

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ପାୱାର ନିଜେ ଟ୍ବିଟ କରି ଦେଇଛନ୍ତି ସୂଚନା । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହେବେ ଅଜିତ ପାୱାର
କୋରୋନାରେ ଆକ୍ରାନ୍ତ ହେବେ ଅଜିତ ପାୱାର

By

Published : Oct 26, 2020, 4:36 PM IST

ମୁମ୍ବାଇ: ଦେଶରେ ମହାମାରୀ କୋରୋନା ଭାଇରସ ସଂକ୍ରମଣ ମାମଲା 79 ଲକ୍ଷ ଟପିସାରିଛି । ମହାରାଷ୍ଟ୍ରରେ ରହିଛି ସବୁଠୁ ଚିନ୍ତାଜନକ ସ୍ଥିତି । ଏହି ମଧ୍ୟରେ ସୋମବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ପାୱାର ନିଜେ ଟ୍ବିଟ କରି ଦେଇଛନ୍ତି ସୂଚନା ।

କୋରୋନାରେ ଆକ୍ରାନ୍ତ ହେବେ ଅଜିତ ପାୱାର

କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କେଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଜିତ ଟ୍ବିଟରରେ ଲେଖିଛନ୍ତି, ମୋର ନମୁନା ପଜିଟିଭ ଆସିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଅନ୍ୟପକ୍ଷେ ରାଜ୍ୟର ଜନସାଧାରଣ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଚିନ୍ତା ନକରିବାକୁ ପରାମର୍ଶ ଦେଇଛନ୍ତି ଅଜିତ । କିଛି ସମୟ ବିଶ୍ରାମ ପରେ ସୁସ୍ଥ ହୋଇ ଫେରିବା ନେଇ ସେ କହିଛନ୍ତି ।

ଏହା ପୂର୍ବରୁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ ମଧ୍ୟ କୋରୋନା କୋରୋନାରେ ସଂକ୍ରମତ ହୋଇଥିଲେ। ବିଜେପି ସୂତ୍ରରୁ ପ୍ରକାଶ ଯେ ବିଜେପି ନେତାଙ୍କୁ ମୁମ୍ବାଇର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ଫଡନାଭିସ ଦିନ ପୂର୍ବରୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏହି ସୂଚନା ଦେଇଥିଲେ ।

ABOUT THE AUTHOR

...view details