ଓଡିଶା

odisha

ETV Bharat / bharat

ଘରୋଇ ଲ୍ୟାବରେ କୋଭିଡ ଟେଷ୍ଟ ପାଇଁ 50 ପ୍ରତିଶତ ଦର ହ୍ରାସ କଲେ ମହାରାଷ୍ଟ୍ର ସରକାର - କୋଭିଡ ଟେଷ୍ଟ ପାଇଁ 50 ପ୍ରତିଶତ ଦର ହ୍ରାସ

ଘରୋଇ ଲ୍ୟାବରେ କୋରୋନା ଟେଷ୍ଟ ପାଇଁ ଦର ନିର୍ଦ୍ଧାରଣ କଲେ ମହାରାଷ୍ଟ୍ର ସରକାର । ପୂର୍ବ ଦର ଅପେକ୍ଷା ନୂତନ ଦରରେ 50 ପ୍ରତିଶତ ହ୍ରାସ କରାଯାଇଛି । ଅଧିକ ପଢନ୍ତୁ...

ଘରୋଇ ଲ୍ୟାବରେ କୋଭିଡ ଟେଷ୍ଟ ପାଇଁ 50 ପ୍ରତିଶତ ଦର ହ୍ରାସ କଲେ ମହାରାଷ୍ଟ୍ର ସରକାର
ଘରୋଇ ଲ୍ୟାବରେ କୋଭିଡ ଟେଷ୍ଟ ପାଇଁ 50 ପ୍ରତିଶତ ଦର ହ୍ରାସ କଲେ ମହାରାଷ୍ଟ୍ର ସରକାର

By

Published : Jun 14, 2020, 8:49 AM IST

ମୁମ୍ବାଇ: କୋଭିଡ ଟେଷ୍ଟକୁ ନେଇ ଘରୋଇ ଲ୍ୟାବ ଲାଗୁ ହେଉଥିବା ଦର ମହାରାଷ୍ଟ୍ର ସରକାର ନିର୍ଦ୍ଧାରଣ କରିଛନ୍ତି । ଘରୋଇ ଲ୍ୟାବରେ ପରୀକ୍ଷଣ ଓ ଘରୁ ସ୍ବାବ ନେଇ ପରୀକ୍ଷା ନେଇ 50 ପ୍ରତିଶତ ଦର ହ୍ରାସ କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଯଦି କୌଣସି ବ୍ୟକ୍ତି କୋଭିଡ ଟେଷ୍ଟ ପାଇଁ ଲ୍ୟାବରେ ପରୀକ୍ଷା କରେ ତେବେ ଏଥିପାଇଁ ତାକୁ 2200 ଟଙ୍କା ଦେବାକୁ ପଡିବ । ଯାହା ପୂର୍ବରୁ 4500 ଟଙ୍କା ନିଆଯାଇଥିଲା । ସେହିପରି ଯଦି କୌଣସି ଆକ୍ରାନ୍ତଙ୍କ ସ୍ବାବ ଲ୍ୟାବ ପକ୍ଷରୁ ଆସି ଘରୁ ସଂଗ୍ରହ କରାଯାଏ ତେବେ ଏହା 2800 ଟଙ୍କା ରଖାଯାଇଛି । ପୂର୍ବରୁ 5200 ଟଙ୍କା ଦେବାକୁ ପଡୁଥିଲା ।

ଏହା ସହ ସେ କହିଛନ୍ତି, ଯଦି କୌଣସି ଲ୍ୟାବ ଅଧିକ ଟଙ୍କା ନିଅନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦେଶରେ ବିଭିନ୍ନ ଘରୋଇ ଲ୍ୟାବରେ କୋରୋନା ଟେଷ୍ଟ ପାଇଁ କର୍ତ୍ତୃପକ୍ଷ ମନଇଚ୍ଛା ଅର୍ଥ ଆଦାୟ କରୁଥିବା ଖବର ସାମ୍ନାକୁ ଆସିଥିଲା । ଏହାକୁ ନେଇ ବିବାଦ ଦେଖାଦେବା ପରେ ମହାରାଷ୍ଟ୍ର ସରକାର ଘରୋଇ ଲ୍ୟାବ ଗୁଡିକ ପାଇଁ ଟେଷ୍ଟ ଧାର୍ଯ୍ୟ କରିଛନ୍ତି ।

ABOUT THE AUTHOR

...view details