ମୁମ୍ବାଇ: ଦେଶରେ ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି । ମଙ୍ଗଳବାର ନୂଆ 150ଟି ମାମଲା ସାମନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1018ରେ ପହଞ୍ଚିଛି ।
ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ରାଜ୍ୟରେ ଅବସ୍ଥା ସଙ୍କଟଜନକ ରହିଛି । ଧିରେ ଧିରେ ପରିସ୍ଥିତି ବିଗୁଡୁଥିବାର ଦେଖିବାକୁ ମିଳିଛି । ତବଲିଗି ଫେରନ୍ତାଙ୍କ ଯୋଗୁଁ ଏହି ସ୍ଥିତି ଆହୁରି ଖରାପ ହୋଇଛି । ମଙ୍ଗଳବାର 150ଟି ଲୋକଙ୍କ ନମୁନା ପଜିଟିଭ ଆସିଛି । ଫଳରେ ସୋମବାର ଏହା 868 ଥିବାବେଳେ ମଙ୍ଗଳବାର 1018 ଛୁଇଁଛି । ପୂର୍ବରୁ କୌଣସି ରାଜ୍ୟରେ ଆକ୍ରାନ୍ତ 1000 ପାର କରିନାହାନ୍ତି ।