ମୁମ୍ବାଇ: ମହାରାଷ୍ଟ୍ରରେ ତାଣ୍ଡବ ମଚାଉଛି କୋଭିଡ-19 । ଗତ 24 ଘଣ୍ଟାରେ ଏଠାରେ 145 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ 6 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି ।
ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାନୁସାରେ ଶନିବାର କୋରୋନାରେ 6 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ମୁମ୍ବାଇରେ ସର୍ବାଧିକ 4 ଜଣ ଏବଂ ଥାନେ ଓ ଅମରାବତୀରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଗୋଟିଏ ଦିନରେ 145 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।