ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ନାଟକରେ ପଡିବ ପୂର୍ଣ୍ଣଚ୍ଛେଦ ! ଶୁକ୍ରବାର କଂଗ୍ରେସ-ଏନସିପି-ଶିବସେନାର 'ମହାବୈଠକ' - ମହାରାଷ୍ଟ୍ରରେ ସରକାର ଗଠନ

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏନସିପି ଏବଂ କଂଗ୍ରେସ ଶୁକ୍ରବାର ଶିବସେନା ସହ ବୈଠକ କରିବେ । ଏହା ପୂର୍ବରୁ ଆଜି ପୁଣିଥରେ କଂଗ୍ରେସ ଓ ଏନସିପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।

ଫାଇଲ ଫଟୋ

By

Published : Nov 21, 2019, 1:18 PM IST

Updated : Nov 21, 2019, 1:26 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକରେ ଯବନିକା ପଡିବାର ନାଁ ନେଉନାହିଁ। ରାଜ୍ୟରେ ସରକାର ଗଠନକୁ ନେଇ କଂଗ୍ରେସ, ଏନସିପି ଏବଂ ଶିବସେନା ମଧ୍ୟରେ ମାରାଥନ ବୈଠକ ଜାରି ରହିଛି ହେଲେ ଚୁଡାନ୍ତ ନିଷ୍ପତ୍ତି ହୋଇପାରୁନାହିଁ । ତେବେ ଏନେଇ ଏନସିପି ଏବଂ କଂଗ୍ରେସ ଶୁକ୍ରବାର ଶିବସେନା ସହ ବୈଠକ କରିବେ ଏବଂ ଏହି ବୈଠକରେ ସରକାର ଗଠନ ନେଇ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି ଜଣା ପଡିଛି ।

ତେବେ 3 ଦଳର ବୈଠକ ପରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଘୋଷଣା ହେବ ବୋଲି ଜାଣିବାକୁ ମିଳୁଛି । ସେପଟେ ଆଜି ପୁଣିଥରେ କଂଗ୍ରେସ ଓ ଏନସିପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହାପରେ ଶିବସେନା ସହ ମିଶି ଏହି ଦୁଇ ଦଳ ସରକାର ଗଠନ ପାଇଁ ଆଗକୁ ବଢ଼ିବେ।

ସେପଟେ ଗୁରୁବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଛି, ଯେଉଁଠି ମହାରାଷ୍ଟ୍ର ସରକାର ଗଠନ ନେଇ ଚର୍ଚ୍ଚା ହୋଇଛି । ବୈଠକ ପରେ ମହାରାଷ୍ଟ୍ରର କଂଗ୍ରେସ ପ୍ରଭାରୀ ମଲିକାର୍ଜୁନ ଖଡଗେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏନସିପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଆଲୋଚନା ବାବଦରେ ସିଡବ୍ଲୁସିକି ସୂଚିତ କରାଯାଇଛି । ଚୁଡାନ୍ତ ନିଷ୍ପତ୍ତି ଆସନ୍ତାକାଲି ନିଆଯିବ ।

ସେହିପରି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ କହିଛନ୍ତି, ଆସନ୍ତା ୫ ବର୍ଷ ପାଇଁ କଂଗ୍ରେସ-ଏନ୍‌ସିପି ଓ ଶିବସେନା ସରକାର ଚଳାଇ ପାରିବେ କି ନାହିଁ ସେ ସମ୍ପର୍କରେ ଆହୁରି ଆଲୋଚନା କରିବାର ଅଛି। ୩ ଦଳ ମଧ୍ୟରେ ଏବେ ବି କିଛି ପ୍ରସଙ୍ଗ ରହିଛି, ଯାହା ମେଣ୍ଟ ପୂର୍ବରୁ ସମାଧାନ ହେବା ଦରକାର। ତେଣୁ ଏବେ ବି ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ଆମେ ଆଜି ମୁମ୍ବାଇରେ ପୁଣି ଏ ସମ୍ପର୍କରେ ଆଲୋଚନା କରିବୁ ବୋଲି ସେ କହିଛନ୍ତି ।

Last Updated : Nov 21, 2019, 1:26 PM IST

ABOUT THE AUTHOR

...view details