ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର 25 ଟି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଶିବସେନା ପକ୍ଷରୁ 25 ଆମ୍ବୁଲାନ୍ସ ଦାନ କରାଯାଇଛି । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ 24 ଘଣ୍ଟାରେ 1,090 କୋଭିଡ-19 ମାମଲା ସହିତ 52 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପ୍ରାୟ 617 ଜଣଙ୍କୁ ଡିସଚାର୍ଜ କରାଯାଇଛି ବୋଲି ମ୍ୟୁନିସିପାଲିଟି କର୍ପୋରେସନ୍ ଗ୍ରେଟର ମୁମ୍ବାଇ ସୂଚନା ଦେଇଛି।
25ଟି ଆମ୍ବୁଲାନ୍ସ ଦାନ କଲା ଶିବସେନା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର 25 ଟି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଶିବସେନା ପକ୍ଷରୁ 25 ଆମ୍ବୁଲାନ୍ସ ଦାନ କରାଯାଇଛି ।
25ଟି ଆମ୍ବୁଲାନ୍ସ ଦାନ କଲା ଶିବସେନା
କେବଳ ମୁମ୍ବାଇରେ କୋଭିଡ-19 ସଂଖ୍ୟା ମୋଟ୍ 1,07,981 କୁ ବୃଦ୍ଧି ପାଇଛି । ଏମଧ୍ୟରୁ 78,877 ରୋଗୀ ସୁସ୍ଥ ହୋଇଥିବା ବେଳେ 6,033ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ର ବର୍ତ୍ତମାନ ସୁଦ୍ଧା 3,57,117 କୋଭିଡ-19 ମାମଲା ସାମ୍ନାକୁ ଆସିଛି । ଏଥିରେ 1,44,018 ସକ୍ରିୟ ମାମଲା, 1,99,967 ପୁନରୁଦ୍ଧାର ଓ 13,132 ମୃତ୍ୟୁ ଘଟିଛି।