ଓଡିଶା

odisha

ETV Bharat / bharat

ମୁମ୍ବାଇରେ ରେଳସେବା ଆରମ୍ଭ କରିବାକୁ କେନ୍ଦ୍ରକୁ ଅନୁମତି ମାଗିଲେ ଠାକରେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ରକୁ ମୁମ୍ବାଇରେ ରେଳ ସେବା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ଆବଶ୍ୟକୀୟ ସେବାରେ ନିୟୋଜିତ ଥିବା ବ୍ୟକ୍ତି ଏହି ରେଳସେବାରୁ ଉପକୃତ ହେବା ନେଇ ଠାକରେ ଅନୁମତି ମାଗିଛନ୍ତି ।

By

Published : Jun 11, 2020, 2:56 PM IST

_train
ମୁମ୍ବାଇରେ ସ୍ଥାନୀୟ ରେଳ ସେବା ଆରମ୍ଭ କରିବାକୁ କେନ୍ଦ୍ରକୁ ଅନୁମତି ମାଗିଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ରକୁ ମୁମ୍ବାଇରେ ରେଳ ସେବା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ଆବଶ୍ୟକୀୟ ସେବାରେ ନିୟୋଜିତ ଥିବା ବ୍ୟକ୍ତି ଏହି ରେଳସେବାରୁ ଉପକୃତ ହେବା ନେଇ ଠାକରେ ଅନୁମତି ମାଗିଛନ୍ତି ।

ଉଦ୍ଧବ ଠାକରେ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ବହୁ ଦୁର ଦୂରାନ୍ତର ଅଞ୍ଚଳରୁ ମୁମ୍ବାଇ ଯିବାରେ ସମସ୍ୟା ଉପୁଜୁଛି । ସେଥିପାଇଁ କେନ୍ଦ୍ରକୁ ରେଳ ସେବା ଆରମ୍ଭ କରିବାକୁ କହିଛୁ।

ଏକ ମାସ ପୂର୍ବରୁ ଠାକରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ରେଳ ସେବା ଆରମ୍ଭ କରିବା ପାଇଁ ଦାବି ଉଠାଇଥିଲେ ।

ପ୍ରକାଶ ଥାଉକି, ବର୍ତ୍ତମାନ ମହାରାଷ୍ଟ୍ରରେ 90,787 କୋରୋନା ଆକ୍ରାନ୍ତ ଥିବାବେଳେ କେବଳ ମୁମ୍ବାଇରେ 52,667 ଆକ୍ରାନ୍ତ ରହିଛନ୍ତି । ମୁମ୍ବାଇରେ ଏପର୍ଯ୍ୟନ୍ତ 1,857 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି। ଏଥିସହ ମୁମ୍ବାଇରେ ବର୍ତ୍ତମାନ 44,517 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ABOUT THE AUTHOR

...view details