ଓଡିଶା

odisha

ETV Bharat / bharat

ବନ୍ୟା ବିପନ୍ନଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ 16.50 କୋଟିର ରିଲିଫ୍ ପ୍ୟାକେଜ୍ - Maharashtra CM

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ନାଗପୁରରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ପାଇଁ 16.50 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।

ବନ୍ୟା ବିପନ୍ନଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ 16.50  କୋଟିର ରିଲିଫ୍ ପ୍ୟାକେଜ୍
ବନ୍ୟା ବିପନ୍ନଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ 16.50 କୋଟିର ରିଲିଫ୍ ପ୍ୟାକେଜ୍

By

Published : Sep 5, 2020, 8:48 AM IST

ମୁମ୍ବାଇ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ନାଗପୁରରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ପାଇଁ 16.50 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି। ମହାରାଷ୍ଟ୍ର ସିଏମଓ ଅନୁଯାୟୀ, ଘର ମରାମତି, ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ଏବଂ ଆଶ୍ରୟସ୍ଥଳ ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ରିଲିଫ ପାଣ୍ଠିକୁ ବ୍ୟବହାର କରାଯିବ।

ମହାରାଷ୍ଟ୍ର ସିଏମଓ ଟୁଇଟ୍ କରି କହିଛନ୍ତି, "ନାଗପୁର ଡିଭିଜନରେ ବନ୍ୟା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସିଏମ୍ ଉଦବ ବାଲାସାହେବ ଠାକରେ 16.50 କୋଟି ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି। ଏଥିରେ ଘରୋଇ ସାମଗ୍ରୀ, ଆଶ୍ରୟସ୍ଥଳୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ।"

ନାଗପୁରରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ବହୁ ଚାଷୀଙ୍କୁ ପ୍ରଭାବିତ କରିଥିଲା କାରଣ ଅତ୍ୟଧିକ ପାଣିରେ ସେମାନଙ୍କର ଫସଲ ଏବଂ ଚାଷ ଜମି ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ବନ୍ୟା ପରିସ୍ଥିତି ଯାହା ଫସଲକୁ କ୍ଷତି ପହଞ୍ଚାଇଛି।

ଅଗଷ୍ଟ 30ରେ, କାନହାନ ଏବଂ କୋଲାର ନଦୀର ଜଳସ୍ତର ବଢିବା ସହ ନିକଟ ଗ୍ରାମଗୁଡିକ ବୁଡିଯାଇଥିଲା। ବନ୍ୟା ଅଞ୍ଚଳରୁ ପାଖାପାଖି 2500 ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଅଗଷ୍ଟ 31ରେ ମଧ୍ୟପ୍ରଦେଶର ନଦୀଗୁଡ଼ିକର ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ଅନେକ ନଦୀରେ ଜଳ ସ୍ତର ବୃଦ୍ଧି ପାଇଥିଲା। ନାଗପୁର ଜିଲ୍ଲାରେ ଏକ ସେତୁ ଭୁଶୁଡି ପଡିଥିଲା।

ABOUT THE AUTHOR

...view details