ଓଡିଶା

odisha

ETV Bharat / bharat

ମହାମାରୀର ମୃତ୍ୟୁ କେନ୍ଦ୍ର ପାଲଟିଛି ମହାରାଷ୍ଟ୍ର, ରବିବାର ସର୍ବାଧିକ 70 ଜୀବନ ନେଇଥିଲା କୋରୋନା - ମହାରାଷ୍ଟ୍ର କୋରୋନା ରିପୋର୍ଟ

ମହାମାରୀ ଯୋଗୁଁ ମୃତ୍ୟୁର କେନ୍ଦ୍ର ପାଲଟିଛି ମହାରାଷ୍ଟ୍ର । ରବିବାର ଗୋଟିଏ ଦିନରେ 70 ଜଣଙ୍କ ଜୀବନ ନେଇଛି କୋରୋନା । ଅଧିକ ପଢନ୍ତୁ...

ମହାମାରୀର ମୃତ୍ୟୁ କେନ୍ଦ୍ର ପାଲଟିଛି ମହାରାଷ୍ଟ୍ର, ରବିବାର ସର୍ବାଧିକ 70 ଜୀବନ ନେଇଥିଲା କୋରୋନା
ମହାମାରୀର ମୃତ୍ୟୁ କେନ୍ଦ୍ର ପାଲଟିଛି ମହାରାଷ୍ଟ୍ର, ରବିବାର ସର୍ବାଧିକ 70 ଜୀବନ ନେଇଥିଲା କୋରୋନା

By

Published : Dec 15, 2020, 8:04 PM IST

ମହାରାଷ୍ଟ୍ର: ଦେଶରେ ମହାମାରୀ କୋରୋନାର ଗ୍ରାଫ୍‌ ତଳମୁହାଁ ହେଉଥିବାବେଳେ ମହାରାଷ୍ଟ୍ରରେ ବଢିଚାଲିଛି ସଂକ୍ରମଣ । ରାଜ୍ୟରେ କୋରୋନା ସଂକ୍ରମଣ ଉପରେ ଲାଗିପାରୁନାହିଁ ଲଗାମ । କୋରୋନା ଯୋଗୁଁ ରବିବାର ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମହାମାରୀ ଯୋଗୁଁ ମୃତ୍ୟୁର କେନ୍ଦ୍ର ପାଲଟିଛି ମହାରାଷ୍ଟ୍ର ।

ସାରା ଦେଶରେ ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ପଛରେ ପ୍ରଥମେ ମହାରାଷ୍ଟ୍ର ଥିବାବେଳେ ଏହା ପଛକୁ ରହିଛି ଦିଲ୍ଲୀ ଓ ପଶ୍ଚିମବଙ୍ଗ । ରବିବାର ମହାରାଷ୍ଟ୍ରରେ କୋରୋନା ଯୋଗୁଁ 70 ଜଣଙ୍କ ଜୀବନ ଯାଇଥିବାବେଳେ ପଶ୍ଚିମବଙ୍ଗରେ 47 ଓ ଦିଲ୍ଲୀରେ 33 ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡିଛି । ସେପଟେ ରବିବାର ସମଗ୍ର ଦେଶରେ 336 ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରଣାଳୟ ।

ସ୍ବାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶରେ କୋରୋନା କାରଣରୁ ମୃତ୍ୟୁ ହାର 1.4 ପ୍ରତିଶତ ରହିଥିବାବେଳେ ମହାରାଷ୍ଟ୍ରରେ କେବଳ ଏହି ହାର ରହିଛି 2.5% ।

ଡିସେମ୍ବର ପହିଲାରେ ମୃତ୍ୟୁ ହାରରେ ମହାରାଷ୍ଟ୍ରକୁ ଟପିଯାଇଥିଲା ଦିଲ୍ଲୀ । ଦେଶର ରାଜଧାନୀରେ 180 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଯାଇଥିଲା 80 ଜଣଙ୍କ ଜୀବନ । ସେହିପରି ଡିସେମ୍ବର 8ରେ ଉଭୟ ଦିଲ୍ଲୀ ଓ ପଶ୍ଚିମବଙ୍ଗ ତୁଳନାରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ରହିଥିଲା କମ । ଏହି ସମୟରେ ତୃତୀୟ ସ୍ଥାନକୁ ଆସିଥିଲା ମହାରାଷ୍ଟ୍ର । ହେଲେ ପୁନର୍ବାର ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବାବେଳେ ଏହା ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଉପରେ ଉଠାଇଛି ପ୍ରଶ୍ନ ଚିହ୍ନ ।

ABOUT THE AUTHOR

...view details