ମୁମ୍ବାଇ: ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏହିଭଳି ସମୟରେ ରାଜ୍ୟରେ ଏକ ପ୍ରକାର ସରକାର ଗଠନ ନେଇ ପୂର୍ଣ୍ଣଚ୍ଛେଦ ପଡିବା ଭଳି ସ୍ଥିତି ଉପୁଜିଛି । ମାତ୍ର ସମ୍ପୂର୍ଣ୍ଣ ରୂପରେ ସରକାର ଗଠନ ରାସ୍ତା ବନ୍ଦ ହୋଇନାହିଁ । ରାଷ୍ଟ୍ରପତି ଶାସନ ଜରିଆରେ କେବଳ ରାଜ୍ୟ ବିଧାନସଭାକୁ ନିଲମ୍ବନ ଅବସ୍ଥାରେ ରଖାଯାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏହି ବିକଳ୍ପ ରହିଛି।
ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ କେବଳ ରାଜ୍ୟ ବିଧାନସଭାରୁ ନିଲମ୍ବନ କରାଯାଇଥାଏ। ବିଧାନସଭା ନିଷ୍କ୍ରିୟ ହୋଇ ରହିଥାଏ । ଏହାସହ 6 ମାସ ଅବଧି ପରେ ପୁଣି ଥରେ ସରକାର ଗଠନ ପାଇଁ ନିର୍ବାଚନ କରାଯାଇଥାଏ। ଏହାପରେ ଯଦି ରାଜ୍ୟପାଳ ଅନୁଭବ କରନ୍ତି ଯେ, କୌଣସି ଦଳ ପାଖରେ ସରକାର ଗଠନ ସମ୍ଭାବନା ସୃଷ୍ଟି ହୋଇଛି ଓ ଏଭଳି ପରିସ୍ଥିତିରେ ରାଜ୍ୟପାଳ ରାଜ୍ୟରେ ବିଧାନସଭାକୁ ନିଲମ୍ବିତ କରି ରଖିଛନ୍ତି। ଏଣୁ ଆଗକୁ ସରକାର ଗଠନ ଲାଗି ସମସ୍ତ ସମ୍ଭାବନା ଅଛି।