ଓଡିଶା

odisha

ETV Bharat / bharat

ମହାମାରୀ କୋରୋନା, 800 ଲୋକଙ୍କ ପେଟ ପୂରାଉଛନ୍ତି ମୁସଲିମ ପରିବାର - ମହାମାରୀ କୋରୋନା

ମୁମ୍ବାଇର ଏକ ମୁସଲମାନ ପରିବାର ଖାଦ୍ୟ ପ୍ରସ୍ତୁତ କରି ବର୍ତ୍ତମାନର ଲକଡାଉନ ପରିସ୍ଥିତିରେ ଅଭାବୀ ଲୋକଙ୍କ ପେଟ ପୋଷୁଛନ୍ତି। ତେବେ ପ୍ରତ୍ୟେକ ଦିନ ଇବ୍ରାହିମ 800 ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଅଧିକ ଖବର ପଢନ୍ତୁ...

Muslim family in Mumbai prepares food
ମହାମାରୀ କୋରୋନା, 800 ଲୋକଙ୍କ ପେଟ ପୂରାଉଛନ୍ତି ମୁସଲିମ ପରିବାର

By

Published : Mar 27, 2020, 6:47 PM IST

ମହାରାଷ୍ଟ୍ର: କୋଭିଡ୍ -19 ସହ ଲଢୁଛି ସାରା ବିଶ୍ବ । ବର୍ତ୍ତମାନର ଏହି ଘଡିସନ୍ଧି ମୁହୁର୍ତ୍ତରେ ଅତ୍ୟନ୍ତ କଷ୍ଟରେ କାଳାତିପାତ କରୁଛନ୍ତି ଖଟିଖିଆ ଓ ଗରିବ ପରିବାର। ଏମାନେ ଦିନକ ମଜୁରୀ ପ୍ରତ୍ୟେକ ଦିନ ପେଟ ପୂରାଇ ଥାଏ। ହେଲେ ଲକଡାଉନ ପରିସ୍ଥିତି ପାଇଁ କାମ ଧନ୍ଦାକୁ ଯାଇ ନପାରି ହାତ ବାନ୍ଧି ବସିଛନ୍ତି ଏହି ଅଭାବୀ ପରିବାର। ଏଭଳି ସ୍ଥିତିରେ ସରକାରଙ୍କ ସହ ଅନେକ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି।

ତେବେ ମୁମ୍ବାଇର ଏକ ମୁସଲମାନ ପରିବାର ଖାଦ୍ୟ ପ୍ରସ୍ତୁତ କରି ଏପରି କିଛି ଅଭାବୀ ଲୋକଙ୍କୁ ବଣ୍ଟନ କରୁଛନ୍ତି। ଇବ୍ରାହିମ ମୋତିୱାଲା ନାମକ ବ୍ୟକ୍ତି ଜଣକ ଏଭଳି ଏକ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ ଅଛନ୍ତି।

ତାଙ୍କ କହିବା ଅନୁସାରେ, "ଅନେକ ଶ୍ରମିକ ଏଠାରେ ଖାଦ୍ୟ ବିନା ଫସି ରହିଛନ୍ତି ତେଣୁ ଯଦି ଆଲ୍ଲାହା ଆମକୁ ଏପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସକ୍ଷମ କରିଛନ୍ତି ତେବେ ଆମେ କରିବା ଉଚିତ୍। ବ୍ୟକ୍ତି ଜଣକ କିଛି ଲୋକଙ୍କ ସହଯୋଗରେ ଏକ ସମୟରେ ପ୍ରାୟ 800 ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।

ABOUT THE AUTHOR

...view details