ଲକ୍ଷ୍ନୌ: ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଦାବିରେ ମହନ୍ତ ପରମହଂସ ଦାସଙ୍କ ଧାରଣା । ଉତ୍ତର ପ୍ରଦେଶର ଏକ ମଠରେ ନିଜ ଶିଷ୍ୟ ମାନଙ୍କ ସହ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏ ପ୍ରସ୍ତାବରେ ରାଜି ହୋଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସେ କହିଛନ୍ତି । ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯିବା ସହ ପାକିସ୍ତାନ ଓ ବାଲାଂଦେଶ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି । ସେମାନଙ୍କୁ ସେଠାରୁ ଫେରାଇ ଆଣି ଭାରତୀୟ ନାଗରିକତା ପ୍ରଦାନ କରାଯିବାକୁ ଦାବି କରିଛନ୍ତି ।
ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବି, ଧାରଣାରେ ମହନ୍ତ ପରମହଂସ - Mahant Paramhans Das
ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବି । ଧାରଣାରେ ମହନ୍ତ ପରମହଂସ ଦାସ । ଦାବି ପୂରଣ ନ ହେଲା ଯାଏଁ ଅନଶନ ରହିବ ଜାରି । ଅଧିକ ପଢନ୍ତୁ....
2 ବର୍ଷ ପୂର୍ବ,ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସପ୍ତାହେ ବ୍ୟାପି ଆମରଣ ଅନସନରେ ବସିଥିଲେ ପରମହଂସ । ଏପରିକି ମୋଦି ସରକାର ଦେଶରେ ହିତ ପାଇଁ ତିନ ତଲାକ ଓ 370 ଧାରା ଉଚ୍ଛେଦ କରିଥିଲେ । ତେବେ ଏହା ମଧ୍ୟ ତାଙ୍କ ପାଇଁ ବଡ କାମ ନୁହେଁ । ଯେତେବେଳେ ଭାରତ ବିଭାଜନ ହେଲା ପାକିସ୍ତାନ ମୁସଲିମ ରାଷ୍ଟ୍ର ଭାବେ ଘୋଷିତ କରାଗଲା । ହେଲେ ଭାରତ ହିନ୍ଦୁ ରାଷ୍ଟ୍ରର ଘୋଷିତ ହୋଇ ପାଇ ପାରିଲା ନାହିଁ । ଭାରତକୁ ବର୍ତ୍ତମାନ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରାଯାଉ । ଯେ ପର୍ଯ୍ୟନ୍ତ ସରକାର ଏ ଦାବି ଗ୍ରହଣ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଆମରଣ ଅନସନରେ ବସିବା ସହ ଅନ୍ନ ଜଳ ସ୍ପର୍ଶ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଧାରଣାସ୍ଥଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ