ଓଡିଶା

odisha

ETV Bharat / bharat

'ଉପଯୁକ୍ତ ସମୟରେ ହେବ କୁମ୍ଭ ମେଳା, କୋରୋନା ସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି'

ଆଗକୁ ଆସୁଛି କୁମ୍ଭ ମେଳା । ତେବେ ପୂର୍ବରୁ ଏହି ଦେଶରେ କୋରୋନା ପରେ ଅନେକ ବଡ ବଡ ରୋଗ ମାନ ଦେଖାଦେଇଥିବା ସତ୍ତ୍ବେ ଏହା ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ମଧ୍ୟ ଏହା ପାଳନ ହେବ । ହେଲେ ପରିସ୍ଥିତିକୁ ଦେଖି ଅନ୍ୟ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ...

'ଉପଯୁକ୍ତ ସମୟରେ ହେବ କୁମ୍ଭ ମେଳା, କୋରୋନା ସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି'
'ଉପଯୁକ୍ତ ସମୟରେ ହେବ କୁମ୍ଭ ମେଳା, କୋରୋନା ସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି'

By

Published : Jul 18, 2020, 7:37 PM IST

ଡେରାଡୁନ: ମହାକୁମ୍ଭ-2021କୁ ନେଇ ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ନିଜର ମତ ରଖିଛନ୍ତି । ସେ କହିଛନ୍ତି ମହାକୁମ୍ଭ ଏହାର ନିର୍ଦ୍ଦିଷ୍ଟ ସମୟରେ ହେବ। କୋରୋନାକୁ ନେଇ ନରେନ୍ଦ୍ର ଗିରି ଚିନ୍ତା ପ୍ରକାଶ କରିଛନ୍ତି ଏବଂ ସେହି ସମୟର ପରିସ୍ଥିତି ଦେଖିବା ପରେ ଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ଗିରି ବିଭିନ୍ନ ଆଖାଡାକୁ ଯାଇ ସାଧୁମାନଙ୍କୁ ଭେଟିଛନ୍ତି । ଏହାସହ ଭୀମଗୋଡା ଠାରୁ ଦାମକୋଠୀ ପର୍ଯ୍ୟନ୍ତ ଗଙ୍ଗାକୁ ସ୍କେପ ଚ୍ୟାନେଲ କରିବାକୁ ତତକାଳୀନ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇବା ପାଇଁ ବିଚାର ବିମର୍ଶ କରିଛନ୍ତି । ଏହା ସହିତ ମହନ୍ତ ନରେନ୍ଦ୍ର ଗିରି ମଧ୍ୟ ସାଧୁମାନଙ୍କ ସହିତ ହରିଦ୍ୱାରରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭମେଳା ବିଷୟରେ ଆଲୋଚନା କରିଛନ୍ତି ।

ଆଖଡା ପରିଷଦର ସଭାପତି କହିଛନ୍ତି ଯେ, ଗଙ୍ଗାକୁ ସ୍କେପ ଚ୍ୟାନେଲ ଭାବେ ଘୋଷଣା କରାଯିବାକୁ ନେଇ ତତ୍କାଳୀନ ସରକାରଙ୍କ ନିଷ୍ପତ୍ତି ଉପରେ ତ୍ରିବେନ୍ଦ୍ର ସରକାର ବିଚାର କରୁଛନ୍ତି । ତ୍ରିବେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ଅଧ୍ୟାଧେଶ ପାସ କରିବେ । ଏହାକୁ ସମ୍ପୂର୍ଣ୍ଣ ଗଙ୍ଗା ମାନ୍ୟତା ଦେବା ପାଇଁ କାମ କରିବେ । ଆଖଡା ପରିଷଦ କୁମ୍ଭ ସମୟରେ 'ହର କି ପୈଡି'ରେ ସ୍ନାନ କରୁଛି। ଚଳିତଥର ମଧ୍ୟ ଆଖଡା ଦ୍ବାରା ସେଠାରେ ସ୍ନାନ କରାଯିବ । ହଲେ କୋରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।

କୁମ୍ଭ ମେଳା କାର୍ଯ୍ୟ ଉପରେ ସେ ଆହୁରି କହିଛନ୍ତି ଯେ, 'କୋରୋନା ସଂକ୍ରମଣ ହେତୁ ଏହି ମେଳା କାର୍ଯ୍ୟ ପ୍ରଭାବିତ ହୋଇଛି । କିନ୍ତୁ କୁମ୍ଭ ମେଳା 2021 ମସିହାରେ ଠିକ ସମୟରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ମଧ୍ୟ ଅନେକ ବଡ ବଡ ରୋଗ ଆସିଛି, କିନ୍ତୁ ପରମ୍ପରା ଅନୁଯାୟୀ କୁମ୍ଭ ମେଳା ଆୟୋଜିତ ହୋଇଛି । ସେ ନିଜେ 2021ରେ କୁମ୍ଭ ମେଳା ଆୟୋଜନ କରିବାକୁ ସରକାରଙ୍କୁ ଦାବି କରିଛନ୍ତି' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details