ଓଡିଶା

odisha

ETV Bharat / bharat

ମହାଶିବରାତ୍ରୀ: ଜାଣନ୍ତୁ କେମିତି ହେଲା ମହାଦେବଙ୍କ ଉତ୍ପତ୍ତି - ଦେବ ଦେବ ମହାଦେବ

ପ୍ରତିଟି ଶିବ ଭକ୍ତ ଏହା ଜାଣିବାକୁ ନିଶ୍ଚୟ ଉଚ୍ଛୁକ ଥିବେ କେଉଁପରି ଭାବେ ଦେବ ଦେବ ମହାଦେବଙ୍କର ଉତ୍ପତ୍ତି ହୋଇଛି । ଆଜି ଆମେ ଆପଣଙ୍କୁ କହିବୁ ସେହି ସମ୍ପର୍କରେ। କ’ଣ ରହିଛି ଶିବଙ୍କ ଉତ୍ପତ୍ତି ପଛର ମହିମା । ଜାଣିବା ପାଇଁ ପଢନ୍ତୁ...

ମହାଶିବରାତ୍ରୀ ଅବସରରେ ଜାଣନ୍ତୁ କେମିତି ହେଲା ମହାଦେବଙ୍କ ଉତ୍ପତ୍ତି
ମହାଶିବରାତ୍ରୀ ଅବସରରେ ଜାଣନ୍ତୁ କେମିତି ହେଲା ମହାଦେବଙ୍କ ଉତ୍ପତ୍ତି

By

Published : Feb 21, 2020, 6:31 AM IST

ହାଇଦ୍ରାବାଦ: 21 ଫେବୃୟାରୀ ଶୁକ୍ରବାର ମହାଶିବରାତ୍ରୀ । ଏନେଇ ଚଳଚଞ୍ଚଳ ସମସ୍ତ ଶୈବପୀଠ । ଏହିଦିନ ମା’ ପାର୍ବତୀଙ୍କ ସହ ଭଗବାନ ଶିବଙ୍କୁ ପୂଜା କରିବାର ବିଧାନ ରହିଛି । ହିନ୍ଦୁ ଶାସ୍ତ୍ରରେ ଭଗବାନ ଶିବଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ପ୍ରତିଟି ଶିବ ଭକ୍ତ ଏହା ଜାଣିବାକୁ ନିଶ୍ଚୟ ଉଚ୍ଛୁକ ଥିବେ କେଉଁପରି ଭାବେ ଦେବ ଦେବ ମହାଦେବଙ୍କର ଉତ୍ପତ୍ତି ହୋଇଛି । ଆଜି ଆମେ ଆପଣଙ୍କୁ କହିବୁ ସେହି ସମ୍ପର୍କରେ। କ’ଣ ରହିଛି ଶିବଙ୍କ ଉତ୍ପତ୍ତି ପଛର ମହିମା । ଜାଣିବା ପାଇଁ ପଢନ୍ତୁ...

ଶିବ ପୁରାଣ ଅନୁସାରେ, ଭଗବାନ ଶିବଙ୍କୁ ସ୍ବଂୟଭୁ କୁହାଯାଇଛି । ଅର୍ଥାତ ତାଙ୍କ ଉତ୍ପତ୍ତି ସ୍ବଂୟ ହୋଇଥିବା ଏହି ପୁରାଣରେ ବର୍ଣ୍ଣନା କରାଯାଇଛି ।

ବିଷ୍ଣୁ ପୁରାଣରେ ବର୍ଣ୍ଣିତ ଅଛି ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଏକ ପୁତ୍ର ସନ୍ତାନର ଆବଶ୍ୟକତା ଥିଲା । ତେଣୁ ସେ ଏଥିପାଇଁ ତପସ୍ୟା କରିବା ଆରମ୍ଭ କରିଥିଲେ । ଆଉ ସେହି ସମୟରେ ହଠାତ୍ ତାଙ୍କ କୋଳରେ କାନ୍ଦୁଥିବା ଅବସ୍ଥାରେ ଭଗବାନ ଶିବ ଏକ ବାଳକ ରୂପରେ ପ୍ରକଟ ହୋଇଥିଲେ । ବ୍ରହ୍ମା ତାଙ୍କୁ କାନ୍ଦିବାର କାରଣ ପଚାରିବାରୁ ସେ କହିଥିଲେ, ମୋ ନା ବ୍ରହ୍ମା ନୁହେଁ ତେଣୁ ମୁଁ କାନ୍ଦୁଛି । ଏହାପରେ ବ୍ରହ୍ମା ତାଙ୍କ ନାମ ରୁଦ୍ର ରଖିଥିଲେ । ରୁଦ୍ର ଅର୍ଥାତ କାନ୍ଦୁଥିବା ବ୍ୟକ୍ତି ।

ଭଗବାନ ବ୍ରହ୍ମାଙ୍କ ଶିବ ପୁତ୍ର ରୂପରେ ଜନ୍ମ ନେବା ପଛରେ ବିଷ୍ଣୁ ପୁରାଣରେ ଆଉ ଏକ ପୌରାଣିକ କଥା ରହିଛି । ସେହି ଅନୁସାରେ, ଯେବେ ଧରିତ୍ରୀ, ଆକାଶ, ପାତାଳ ସମେତ ପୁରା ବ୍ରହ୍ମାଣ୍ଡ ଜଳମଗ୍ନ ଥିଲା ସେତେବେଳେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ସମେତ କୌଣସି ଦେବତା କିମ୍ବା ପ୍ରାଣୀଙ୍କର ପ୍ରକଟ ହୋଇନଥିଲା । ସେତେବେଳେ କେବଳ ବିଷ୍ଣୁ ହିଁ ନିଜ ଶେଷନାଗ ସହ ଜଳରେ ଶୋଇଥିବାର ଦୃଶ୍ୟମାନ ହେଉଥିଲେ । ଆଉ ତାଙ୍କ ନାଭିରୁ ବ୍ରହ୍ମା ପ୍ରକଟ ହୋଇଥିଲେ ।

ଆଉ ଯତେବେଳେ ଏହି ଦୁଇ ଦେବତା ସୃଷ୍ଟିର ବିକାଶ ସମ୍ବନ୍ଧରେ ଆଲୋଚନା କରୁଥିଲେ ସେହି ସମୟରେ ଭଗବାନ ଶିବ ଆର୍ବିଭାବ ହୋଇଥିଲେ । ମାତ୍ର ବ୍ରହ୍ମା ତାଙ୍କୁ ଚିହ୍ନିପାରିନଥିଲେ । ସେତେବେଳେ ବିଷ୍ଣୁ ଶିବଙ୍କ କ୍ରୋଧିତ ହେବା ଭୟରେ ବ୍ରହ୍ମାଙ୍କୁ ମନେ ପକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ବ୍ରହ୍ମାଙ୍କୁ ତାଙ୍କ ଭୂଲର ପଶ୍ଚାତାପ ହୋଇଥିଲା । ଆଉ ସେ ଭଗବାନ ଶିବଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କୁ ନିଜ ପୁତ୍ର ରୂପରେ ପାଇବା ପାଇଁ ଆର୍ଶୀବଦ ମାଗିଥିଲେ। ଏହାପରେ ଶିବ ଭଗବାନ ବ୍ରହ୍ମାଙ୍କ ପ୍ରାର୍ଥନା ସ୍ବୀକାର କରିଥିଲେ ।

ABOUT THE AUTHOR

...view details