ଓଡିଶା

odisha

ETV Bharat / bharat

ଚୀନକୁ 5ହଜାର କୋଟିର 'ମହା ଝଟକା୍‌' ଦେଲେ 'ମହା' ସରକାର

ଚୀନ୍ କମ୍ପାନୀଗୁଡିକ ସହିତ ଉଦ୍ଧବ ସରକାର ତିନିଟି ଚୁକ୍ତିନାମା କରିଥିଲେ । ଏହି ତିନୋଟି ପ୍ରକଳ୍ପର ମୂଲ୍ୟ ପ୍ରାୟ 5 ହଜାର କୋଟି ଥିଲା । ନିକଟରେ ସେ ମ୍ୟାଗ୍ନେଟିକ୍‌ 2.0 ନିବେଶକ ସମ୍ମିଳନୀରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ ସୌରଭ ଦେଶାଇ କହିଛନ୍ତି ଯେ ଗଲୱାନ ହିଂସା ପୂର୍ବରୁ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଚୀନ୍ ସହିତ ଅନ୍ୟ କୌଣସି ଚୁକ୍ତିନାମା ନକରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jun 22, 2020, 7:42 PM IST

Updated : Jun 22, 2020, 7:57 PM IST

ମୁମ୍ବାଇ: ଲଦାଖର ଗଲୱାନ ସୀମାରେ ଘଟିଥିବା ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ପରେ ଦେଶ ସାରା ଚୀନ ବିରୋଧରେ ପ୍ରତିଶୋଧ ଓ ଆକ୍ରୋଶର ନିଆଁ ଜଳୁଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଚୀନ ସାମଗ୍ରୀ ବର୍ଜନ କରିବା ଦାବି ଜୋର ଧରିଛି । ଏପରିସ୍ଥଳେ ମହାରାଷ୍ଟ୍ର ଏବଂ ହରିୟାଣା ସରକାରଙ୍କ ପକ୍ଷରୁ ଚୀନକୁ ଲାଗିଛି ବଡ ଝଟକା । ମହାରାଷ୍ଟ୍ର ସରକାର ଚୀନ ସହିତ ହୋଇଥିବା ତିନୋଟି ପ୍ରକଳ୍ପ ଚୁକ୍ତିନାମା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଚୀନର କମ୍ପାନୀଗୁଡିକ ସହିତ ହରିୟାଣା ସରକାର ମଧ୍ୟ ଚୁକ୍ତିନାମା ବାତିଲ କରିଛି।

ଚୀନ୍ କମ୍ପାନୀଗୁଡିକ ସହିତ ଉଦ୍ଧବ ସରକାର ତିନିଟି ଚୁକ୍ତିନାମା କରିଥିଲେ । ଏହି ତିନୋଟି ପ୍ରକଳ୍ପର ମୂଲ୍ୟ ପ୍ରାୟ 5 ହଜାର କୋଟି ଥିଲା । ନିକଟରେ ସେ ମ୍ୟାଗ୍ନେଟିକ୍‌ 2.0 ନିବେଶକ ସମ୍ମିଳନୀରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ ସୌରଭ ଦେଶାଇ କହିଛନ୍ତି ଯେ ଗଲୱାନ ହିଂସା ପୂର୍ବରୁ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଚୀନ୍ ସହିତ ଅନ୍ୟ କୌଣସି ଚୁକ୍ତିନାମା ନକରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ମହାରାଷ୍ଟ୍ର ସରକାରଙ୍କ ସହ ଚୀନର ଗ୍ରେଟ୍ ୱାଲ୍ ମୋଟର୍ସ ଚୀନ୍‌ର ପ୍ରଥମ ପ୍ରକଳ୍ପ ଥିଲା । ଏଥିରେ 3,770 କୋଟିର ଏହି ପ୍ରକଳ୍ପରେ ପୁଣେଙ୍କୁ ଏକ ଅଟୋମୋବାଇଲ୍ କାରଖାନା ସ୍ଥାପନ କରାଯାଇଥାନ୍ତା । ଦ୍ବିତୀୟ ପ୍ରକଳ୍ପ ଥିଲା ପିଏସଆଇ ଇଲେକ୍ଟ୍ରୋ ମୋବିଲିଟି ଏବଂ ଫୋଟନ୍ (ଚୀନ୍) । ଏଥିରେ 1 ହଜାର କୋଟି ଟଙ୍କାର ୟୁନିଟ୍ ପ୍ରୋଜେକ୍ଟ ସ୍ଥାପନ କରାଯାଉଥିଲା । ତୃତୀୟ ପ୍ରକଳ୍ପ ହିଙ୍ଗଲି ଇଞ୍ଜିନିୟରିଂର ରହିଥିଲା । ଏଥିରେ 250 କୋଟି ନିବେଶ କରିବା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ବର୍ତ୍ତମାନ ଏହାକୁ ବାତିଲ କରାଯାଇଛି ।

ସେହିପରି ଦୁଇଟି ବଡ଼ ପାୱାର ପ୍ରୋଜେକ୍ଟର ଚୁକ୍ତିନାମାକୁ ହରିୟାଣା ସରକାର ମଧ୍ୟ ବାତିଲ କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ବିଜେପି ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ସ୍ଥାପନ ପାଇଁ ଚୀନ୍ କମ୍ପାନୀଗୁଡିକ ସହିତ ହୋଇଥିବା ଚୁକ୍ତି ବାତିଲ କରିଛନ୍ତି ।

ଚୀନର କମ୍ପାନୀଗୁଡିକୁ ତାପଜ ବିଦ୍ୟୁତ୍ ସୁବିଧା କ୍ଷେତ୍ରରେ 780 କୋଟି ଚୁକ୍ତିନାମା ହରିୟାଣା ପାୱାର୍ ଜେନେରେସନ୍ କର୍ପୋରେଟ୍ ଲିମିଟେଡ୍ (- HPGCL) ଦ୍ବାରା ଯମୁନାଗର ଏବଂ ହିସାର ସହରରେ ପ୍ଲାଣ୍ଟ ସ୍ଥାପନ ପାଇଁ ଏକ ବିଶ୍ବସ୍ତରୀୟ ଟେଣ୍ଡର ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏବେ ଏହି ସବୁ ଚୁକ୍ତକୁ ବାତିଲ କରାଯାଇଛି ।

Last Updated : Jun 22, 2020, 7:57 PM IST

ABOUT THE AUTHOR

...view details