ଓଡିଶା

odisha

By

Published : Sep 21, 2019, 9:04 PM IST

ETV Bharat / bharat

ପିତୃପକ୍ଷରେ ଫଲ୍ଗୁ ନଦୀ କୂଳରେ ମହାଆଳତୀ ଉତ୍ସବ

ଚାଲିଛି ପିତୃପକ୍ଷ । ଏହି ପିତୃପକ୍ଷରେ ମୋକ୍ଷର ନଗରୀ ଗୟାରେ ପିଣ୍ଡଦାନ କରିବା ଦ୍ବାରା ପିତୃପୁରୁଷଙ୍କ ଆତ୍ମାକୁ ମୋକ୍ଷ ଲାଭ ହୋଇଥାଏ । ତେବେ ଏହି ପିତୃପକ୍ଷରେ ଫଲ୍ଗୁ ନଦୀ କୂଳରେ ହେଉଥିବା ମହାଆଳତୀ ମଧ୍ୟ ଅନେକ ମହତ୍ତ୍ବ ରଖିଥାଏ । ଏହି ପକ୍ଷରେ ବ୍ରାହ୍ମଣମାନେ ମଧ୍ୟ ପାଞ୍ଚପ୍ରକାର ଆଳତୀ କରିଥାନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ମୋକ୍ଷଧାମ ଗୟାରେ ଚାଲିଛି ପିତୃପକ୍ଷ ବା ପିଣ୍ଡଦାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟ 15 ଦିନ ଧରି ଚାଲିବାକୁ ଥିବା ବେଳେ ଶୁକ୍ରବାର ମହାଆରତୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ପକ୍ଷରେ ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ବ ରହିଆସିଛି । ପ୍ରତ୍ୟେକ ଦିନ ସହିତ କିଛି ନା କିଛି ପୌରାଣିକ ତଥ୍ୟ ମଧ୍ୟ ସାମିଲ ରହିଛି ।

ଫଲ୍ଗୁ ନଦୀ କୂଳରେ ମହାଆଳତୀ ଉତ୍ସବ

ମିଳିଥିବା ସୂଚନା ମୁତାବକ ପିତୃପକ୍ଷର ନବମ ଦିନରେ ଆୟୋଜିତ ହୋଇଛି ମହାଆଳତୀ କାର୍ଯ୍ୟକ୍ରମ । ଜିଲ୍ଲା ପ୍ରଶାସନ ନିକଟରେ ଥିବା ଫଲ୍ଗୁ ନଦୀ ତଟରେ ଏହି ଆଳତୀ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି । ଫଲ୍ଗୁ ନଦୀ କୁଳରେ ଥିବା ଦେବଘାଟରେ ମହାଆରତୀ କାର୍ଯ୍ୟକ୍ରମ କରାଯାଇଥିଲା । ବିଶ୍ବାସ ରହିଛି ଦେଶରେ ପ୍ରବାହିତ ଅନ୍ୟ ନଦୀଗୁଡ଼ିକ ଅପେକ୍ଷା ଫଲ୍ଗୁ ମୋକ୍ଷ ଓ ପବିତ୍ର ନଦୀ ।

ଫଲ୍ଗୁ ନଦୀ କୂଳରେ ମହାଆଳତୀ ଉତ୍ସବ

ଇତିହାସ ଅନୁଯାୟୀ ଏହି ଫଲ୍ଗୁ ନଦୀ କୂଳରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ଏହି ନଦୀର ସ୍ପର୍ଶରେ ପିତୃପୁରୁଷଙ୍କ ଆତ୍ମା ମୋକ୍ଷ ପାଇଥାଏ । ଏହି ଆଳତୀକୁ ପ୍ରଥମେ ପଣ୍ଡିତ ବୃଜନନ୍ଦନ ପାଠକ ଆରମ୍ଭ କରିଥିଲେ । ତେବେ ଏହି ଆଳତିକୁ କେବେଠାରୁ ଏଠାରେ ହୋଇ ଆସୁଛି ସେ ନେଇ କୌଣସି ସଠିକ ତଥ୍ୟ ମିଳିପାରିନାହିଁ । ସେପଟେ ପିତୃପକ୍ଷ ସମୟରେ ହେଉଥିବା ଏହି ଆଳତୀକୁ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

ପିଣ୍ଡଦାନ କରିଥିବା ଶ୍ରଦ୍ଧାଳୁ କହିଛନ୍ତି କି ଏହି ଆଳତୀ ଦେଖିବା ପରେ ନିଜକୁ ବହୁତ ଖୁସି ଲାଗୁଛି । ଏହି ଆଳତୀ ପାଞ୍ଚ ପ୍ରକାର । ଭିନ୍ନ ଭିନ୍ନ ପ୍ରକାରର ଏହି ଆଳତୀ ହୋଇଥିବାରୁ ପରିବେଶ ବେଶ ଆନନ୍ଦମୟ ହୋଇ ଉଠୁଛି ବୋଲି ସେ ଶ୍ରଦ୍ଧାଳୁମାନେ କହିଛନ୍ତି ।
ସେହିଭଳି ବୃଜନନ୍ଦନ ପାଠକ କହିଛନ୍ତି ପିତୃପକ୍ଷରେ ପାଞ୍ଚ ପ୍ରକାର ଆଳତୀ କରାଯାଇଥାଏ । ସନ୍ଧ୍ୟା ସମୟରେ ବ୍ରାହ୍ମଣମାନେ ବିଭିନ୍ନ କଳାତ୍ମକ ଢଙ୍ଗରେ ଏହି ଆଳତୀକୁ କରିଥାନ୍ତି ବୋଲି ସେ କହିଛନ୍ତି । ଦେଶବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଏଠାକୁ ଆସି ଏହି ପିଣ୍ଡଦାନ କାର୍ଯ୍ୟରେ ଯୋଗ ଦେଇଥାନ୍ତି ।

ABOUT THE AUTHOR

...view details