ଚେନ୍ନାଇ: ଭାରତର ପ୍ରତିଷ୍ଠିତ ସ୍ବଚ୍ଛ ଆଇକୋନିକ ସ୍ଥାନ ତାଲିକାରେ ସାମିଲ ହୋଇଛି ତାମିଲନାଡୁ ମଦୁରାଇସ୍ଥିତ ମିନାକ୍ଷୀ ମନ୍ଦିର । ଦ୍ବିତୀୟ ଥର ପାଇଁ ଏହି ତାଲିକାରେ ନିଜ ନାଁକୁ ସାମିଲ କରିପାରିଛି ଏହି ପ୍ରସିଦ୍ଧ ମନ୍ଦିର ।
ସ୍ବଚ୍ଛ ଭାରତ ଅଭିଯାନ ଅନୁସାରେ, ସାରା ଦେଶରେ କେନ୍ଦ୍ର ସରକାର 10ଟି ସ୍ବଚ୍ଛ ସ୍ଥାନର ଚୟନ କରିଛନ୍ତି । ଦ୍ବିତୀୟ ସ୍ବଚ୍ଛ ସ୍ଥାନ ଭାବେ ପୁରସ୍କାର ଲାଭ କରିଛି ଏହି ମନ୍ଦିର। 25ଟି ଶୌଚାଳୟ, ଆବର୍ଜନା ପାଇଁ ଭିନ୍ନ ଭିନ୍ନ ଡଷ୍ଟବିନ, 15ଟି ପ୍ୟୁରିଫାୟର, ବ୍ୟାଟେରୀ କାର ଏବଂ ପ୍ଲାଷ୍ଟିକ ଫ୍ରି ଜୋନ ଭାବେ ଘୋଷଣା କରାଯାଇଛି।