ଓଡିଶା

odisha

ETV Bharat / bharat

ତାମିଲନାଡୁରେ ବନ୍ଦ ହେଲା ମଦ ଦୋକାନ - ତାମିଲନାଡୁରେ ବନ୍ଦ ହେଲା ମଦ ଦୋକାନ

ଗତ ଗୁରୁବାର ତାମିଲନାଡୁରେ ମଦ ଦୋକାନ ଖୋଲାଯାଇଥିଲା। କିନ୍ତୁ ଏହା ମଧ୍ୟରେ ତାମିଲନାଡୁର ମଦ ଦୋକାନଗୁଡ଼ିକୁ ପୁଣି ବନ୍ଦ କରିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

liquor shop close
ତାମିଲନାଡୁରେ ବନ୍ଦ ହେଲା ମଦ ଦୋକାନ

By

Published : May 9, 2020, 5:07 PM IST

ଚେନ୍ନାଇ: ଦେଶରେ ଲକଡାଉନ ମଧ୍ୟରେ ଅଧିକାଂଶ ରାଜ୍ୟକୁ ମଦ ବିକ୍ରିକୁ ନେଇ ଅନୁମତି ମିଳିଛି। ସେହିପରି ଗତ ଗୁରୁବାର ତାମିଲନାଡୁରେ ମଦ ଦୋକାନ ଖୋଲାଯାଇଥିଲା। କିନ୍ତୁ ଏହା ମଧ୍ୟରେ ତାମିଲନାଡୁର ମଦ ଦୋକାନଗୁଡ଼ିକୁ ପୁଣି ବନ୍ଦ କରିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାଡ୍ରାସ ହାଇକୋର୍ଟ ତାମିଲନାଡୁରେ ମଦ ଦୋକାନ ଖୋଲିବା ଗୋଟିଏ ଦିନ ଦୋକାନ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ କହିଛନ୍ତି ନିର୍ଦ୍ଦେଶନାମାର ଉଲ୍ଲଂଘନ କରାଯାଉଛି । ମାତ୍ର ହାଇକୋର୍ଟ ଲକଡାଉନ ମଧ୍ୟରେ ତାମିଲନାଡୁରେ ଅନଲାଇନ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି ।

ଓକିଲ ଜି ରାଜେଶ ଏବଂ କମଲ ହାସନଙ୍କ ଦଳ ମକ୍କଲ ନିଧି ମୟାମ (ଏମଏନଏମ) ଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣିରେ ଜଷ୍ଟିସ ବୁନିତ କୋଠାରୀ ଏବଂ ଜଷ୍ଟିସ ପୁଷ୍ପା ସତ୍ୟନାରାୟଣଙ୍କ ଏକ ବେଞ୍ଚ ମଦ ଦୋକାନ ସମ୍ମୁଖରେ ଭିଡ଼ ତଥା ସାମାଜିକ ଦୂରତାକୁ ଉଲ୍ଲଂଘନ କରାଯାଇଥିବା ହେତୁ ଏହି ଆଦେଶ ଦେଇଛନ୍ତି ।

ABOUT THE AUTHOR

...view details