ଓଡିଶା

odisha

ETV Bharat / bharat

ପତଞ୍ଜଳିକୁ ଆଉ ଏକ ଝଟକା: କରୋନିଲର ଟ୍ରେଡମାର୍କ ଉପରେ ରୋକ୍‌ - madras high court restraining patanjali

ଯୋଗ ଗୁରୁ ସ୍ବାମୀ ରାମଦେବଙ୍କ ସହ ଜଡିତ କମ୍ପାନୀ ପତଞ୍ଜଳିକୁ ମାଡ୍ରାସ୍ ହାଇକୋର୍ଟରୁ ବଡ ଝଟକା । ପତଞ୍ଜଳି ଔଷଧ କରୋନିଲର ଟ୍ରେଡ୍ ମାର୍କକୁ କୋର୍ଟ ନିଷିଦ୍ଧ କରିଛନ୍ତି।

 କରୋନିଲର ଟ୍ରେଡମାର୍କ ଉପରେ ରୋକ
କରୋନିଲର ଟ୍ରେଡମାର୍କ ଉପରେ ରୋକ

By

Published : Jul 18, 2020, 1:11 PM IST

ନୂଆଦିଲ୍ଲୀ:ଯୋଗ ଗୁରୁ ସ୍ବାମୀ ରାମଦେବଙ୍କ ସହ ଜଡିତ କମ୍ପାନୀ ପତଞ୍ଜଳିକୁ ମାଡ୍ରାସ୍ ହାଇକୋର୍ଟରୁ ବଡ ଝଟକା । ପତଞ୍ଜଳି ଔଷଧ କରୋନିଲର ଟ୍ରେଡ୍ ମାର୍କକୁ କୋର୍ଟ ନିଷିଦ୍ଧ କରିଛନ୍ତି। ପତଞ୍ଜଳି ଦାବି କରିଛି ଯେ କରୋନିଲ କୋଭିଡର ଔଷଧ। କିଛି ଦିନ ପୂର୍ବରୁ ଏହାକୁ ଲଞ୍ଚ୍ କରାଯାଇଥିଲା ।

ଚେନ୍ନାଇ ସ୍ଥିତ ଏକ କମ୍ପାନୀ ଅରୁଦ୍ରା ଇଞ୍ଜିନିୟରିଂ ଲିମିଟେଡର ଆବେଦନ ଉପରେ ଜୁଲାଇ 30 ପର୍ଯ୍ୟନ୍ତ ମାଡ୍ରାସ ହାଇକୋର୍ଟର ଜଷ୍ଟିସ ସି.ଭି କାର୍ତ୍ତିକେୟାନ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି। ଅରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ କହିଛି ଯେ, 1993 ମସିହାରୁ ‘କରୋନିଲ୍’ ଅରୁଦ୍ରାର ଟ୍ରେଡ୍ ମାର୍କ ଅଟେ। ତେଣୁ ଅନ୍ୟ କୌଣସି କମ୍ପାନୀ ଏହି ନାମ ଦାବି କରିପାରିବ ନାହିଁ। ଅରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ ରାସାୟନିକ ପଦାର୍ଥ ଓ ସାନିଟାଇଜର୍ ଉତ୍ପାଦନ କରେ । ଏହା ଭାରୀ ଯନ୍ତ୍ର ଓ କଣ୍ଟେନମେଣ୍ଟରେ ବ୍ୟବହୃତ ହୁଏ । କମ୍ପାନୀ ଅନୁଯାୟୀ, 1993ରେ କରୋନିଲ-213 ଏସପିଏଲ ଓ କରୋନିଲ-92 ରେଜିଷ୍ଟ୍ରର କରିଥିଲା। କମ୍ପାନୀ ଦାବି କରିଛି ଯେ ଏହା କ୍ରମାଗତ ଭାବରେ ଏହି ଟ୍ରେଡ୍ ମାର୍କକୁ ନବୀକରଣ କରୁଛି।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଆମ ପାଖରେ 2027 ପର୍ଯ୍ୟନ୍ତ ଏହି ଟ୍ରେଡ୍ ମାର୍କ ବୈଧତା ଅଛି । କମ୍ପାନୀ ଏହା ମଧ୍ୟ କହିଛି ଯେ BHEL ଓ Indian Oil ଭଳି କମ୍ପାନୀ ଏହାର ଗ୍ରାହକ ଅଟନ୍ତି । ତାଙ୍କ ଦାବିକୁ ପ୍ରମାଣ କରିବାକୁ ଆବେଦନକାରୀ କୋର୍ଟରେ 5 ବର୍ଷର ବିଲ୍ ମଧ୍ୟ ଉପସ୍ଥାପନ କରିଛନ୍ତି। କମ୍ପାନୀ କୋର୍ଟରେ କହିଛି ଯେ, ପତଞ୍ଜଳି ଦ୍ବାରା ବିକ୍ରି ହୋଇଥିବା ଔଷଧର ଲୋଗୋ ମଧ୍ୟ କମ୍ପାନୀ ଭଳି ।

ABOUT THE AUTHOR

...view details