ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନୀଙ୍କୁ 30 ଦିନ ପାଇଁ ପାରୋଲ ମିଳିଛି । ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ୩୦ ଦିନର ପାରୋଲ ପ୍ରଦାନ କରିଛନ୍ତି । ନିଜ ଝିଅର ବିବାହ ପାଇଁ ନଳିନୀ ହାଇକୋର୍ଟରେ ୬ ମାସର ପାରୋଲ ପାଇଁ ଆବେଦନ କରିଥିଲେ ।
ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀଙ୍କୁ ପାରୋଲ ! - rajiv gandhi
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନୀଙ୍କୁ 30 ଦିନ ପାଇଁ ପାରୋଲ । ନିଜ ଝିଅର ବିବାହ ପାଇଁ ନଳିନୀ ହାଇକୋର୍ଟରେ ପାରୋଲ ପାଇଁ ଆବେଦନ କରିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ନଳିନୀ ଏପ୍ରିଲରେ ୬ ମାସର ପାରୋଲ ପାଇଁ ଆବେଦନ କରିଥିଲେ । ଏହାକୁ ନେଇ ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ନଳିନୀ ନିଜ ଆବେଦନରେ ଝିଅର ବିବାହ ପାଇଁ ୬ ମାସର ସାଧାରଣ ଅବକାଶ ପ୍ରଦାନ କରିବା ପାଇଁ କହିଥିଲେ । ପ୍ରକାଶ ଯେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ନଳିନୀ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ଆଉ ୬ ଜଣ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।