ଚେନ୍ନାଇ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାଗତ କରିବାକୁ ବ୍ୟାନର ଲଗାଇବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ଏହି ବ୍ୟାନର ଯୋଗୁଁ ଗତ ସେପ୍ଟେମ୍ବର 12 ତାରିଖରେ ଚେନ୍ନାଇରେ ଜଣେ 23 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାମିଲନାଡୁରେ ବ୍ୟାନର ଲଗାଇବା ଉପରେ କଟକଣା ଜାରି କରାଯାଇଥିଲା ।
ବ୍ୟାନର ଲଗାଇବାକୁ ମାଡ୍ରାସ ହାଇକୋର୍ଟଙ୍କ ଗ୍ରୀନ ସିଗନାଲ - ବ୍ୟାନର ପାଇଁ ମଡ୍ରାସ ହାଇକୋର୍ଟଙ୍କ ଗ୍ରୀନ ସିଗନାଲ
ତାମିଲନାଡୁର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜନପିଙ୍ଗଙ୍କ ମଧ୍ୟରେ ହେବାକୁ ଯାଉଥିବା ବୈଠକ ପାଇଁ ହୋଡିଂ ଲଗାଇବାକୁ ଗ୍ରୀନ ସିଗନାଲ ପ୍ରଦାନ କରିଛନ୍ତି ମାଡ୍ରାସ ହାଇକୋର୍ଟ ।
ଫାଇଲ ଫଟୋ
ତେବେ ଚୀନ ରାଷ୍ଟ୍ରପତିଙ୍କ ବୈଠକକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଡିଜିଟାଲ ହୋଡିଂ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଲୋକଙ୍କୁ କୌଣସି ଅସୁବିଧା ହେବ ନାହିଁ କହି ଶାସକ ଏଆଇଏଡିଏମକେ କୋର୍ଟକୁ ଜଣାଇଛି ।
ତାମିଲନାଡୁର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜନପିଙ୍ଗଙ୍କ ମଧ୍ୟରେ ଏକ ଔପଚାରିକ ବୈଠକ ହେବାକୁ ଯାଉଛି। ଅକ୍ଟୋବର 11ରୁ 13 ମଧ୍ୟରେ ହେବାକୁ ଥିବା ଏହି ବୈଠକ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ।