ଓଡିଶା

odisha

ETV Bharat / bharat

ସମ୍ପ୍ରସାରିତ ହେଲା ଶିବରାଜଙ୍କ ମନ୍ତ୍ରୀମଣ୍ଡଳ, ମାସ୍କ ପିନ୍ଧି ଶପଥ ନେଲେ 5 ବିଧାୟକ - ମାସ୍କ ପିନ୍ଧି ସପଥ ନେଲେ 5 ବିଧାୟକ

କୋରୋନା ସଙ୍କଟ ଏବଂ ଲକଡାଉନ୍ ମଧ୍ୟରେ ମଧ୍ୟପ୍ରଦେଶ କ୍ୟାବିନେଟ୍ ଆଜି ବିସ୍ତାର ହୋଇଛି। 5 ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

madhyapradesh shivraj cabinet expansion
ସମ୍ପ୍ରସାରିତ ହେଲା ଶିବରାଜଙ୍କ ମନ୍ତ୍ରୀମଣ୍ଡଳ

By

Published : Apr 21, 2020, 2:56 PM IST

Updated : Apr 21, 2020, 4:06 PM IST

ଭୋପାଳ: କୋରୋନା ସଙ୍କଟ ଏବଂ ଲକଡାଉନ୍ ମଧ୍ୟରେ ମଧ୍ୟପ୍ରଦେଶ କ୍ୟାବିନେଟ୍ ଆଜି ବିସ୍ତାର ହୋଇଛି। 5 ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ସମାରୋହରେ ସାମାଜିକ ଦୂରତା ପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା । ମାସ୍କ ପିନ୍ଧିଥିବା ବିଧାୟକମାନେ ଶପଥ ଗ୍ରହଣ କରି ଦୂରରୁ ପରସ୍ପରକୁ ଅଭିବାଦନ ଜଣାଇଥିଲେ। ରାଜଭବନରେ ଆୟୋଜିତ ଏହି ଶପଥ ସମାରୋହ ପାଇଁ କୌଣସି VVIPଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ।

ମଙ୍ଗଳବାର ନରୋତ୍ତମ ମିଶ୍ର, ଗୋବିନ୍ଦ ସିଂ ରାଜପୁତ, ମୀନା ସିଂ, ତୁଲସୀରାମ ସିଲାୱଟ ଏବଂ କମଲ ପଟେଲ ଶିବରାଜ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ସମସ୍ତ ନୂତନ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରେ ତୁଲସୀରାମ ସିଲାୱଟ ଏବଂ ଗୋବିନ୍ଦ ସିଂ ରାଜପୁତ ଥିଲେ।

ପ୍ରକାଶଥାଉକି, ଦିଲ୍ଲୀରେ ଅମିତ ଶାହାଙ୍କ ସହ କଂଗ୍ରେସରୁ ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବୈଠକ ପରେ ଏହି ତାଲିକା ଚୂଡାନ୍ତ ହୋଇଛି। ଏହିପରି ଭାବରେ ଶପଥ ଗ୍ରହଣ କରିବାର ପ୍ରାୟ ଏକ ମାସ ପରେ ଶିବରାଜ ସିଂ ଚୌହାନ କ୍ୟାବିନେଟକୁ ସମ୍ପ୍ରସାରିତ କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭାରେ ମୋଟ 230 ଟି ଆସନ ରହିଛି। ସେହି ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ 35 ଜଣ ବିଧାୟକ ମନ୍ତ୍ରୀ ହୋଇପାରିବେ।

ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, ମଧ୍ୟପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ ଯିଏକି ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀଙ୍କ ବିନା କୋରୋନା ମହାମାରୀ ସହିତ ମୁକାବିଲା କରୁଛି। ଏପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ପ୍ରାୟ 1500 କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ 74 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଦାୟିତ୍ବରେ ଥିବା ଏକ ପୋଲିସଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋର ସହର କୋରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି ।

Last Updated : Apr 21, 2020, 4:06 PM IST

ABOUT THE AUTHOR

...view details