ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ: କଂଗ୍ରେସ ବିଧାୟକ ଡଙ୍ଗ ଦେଲେ ଇସ୍ତଫା

ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ସତର୍କ ଘଣ୍ଟି ବାଜିବା ଆରମ୍ଭ । ବିଧାୟକଙ୍କ ଘୋଡା ବେପାର ମଧ୍ୟରେ କଂଗ୍ରେସ ବିଧାୟକ ହରଦୀପ ସିଂ ଡୁଙ୍ଗ ଇସ୍ତଫା ଦେଇଛନ୍ତି। । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 5, 2020, 11:04 PM IST

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ପାଇଁ ସତର୍କ ଘଣ୍ଟି ବାଜିବା ଆରମ୍ଭ ହୋଇଛି । ବିଧାୟକଙ୍କ ଘୋଡା ବେପାର ମଧ୍ୟରେ କଂଗ୍ରେସ ବିଧାୟକ ହରଦୀପ ସିଂ ଡୁଙ୍ଗ ଇସ୍ତଫା ଦେଇଛନ୍ତି। । ଗୁରୁବାର ରାତିରେ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି ବିଧାୟକ ।

କଂଗ୍ରେସ ବିଧାୟକ ହରଦୀପ ସିଂ ଡୁଙ୍ଗଙ୍କ ଇସ୍ତଫା

ଇସ୍ତଫା ପରେ ଡଙ୍ଗ ଅଭିଯୋଗ କରିଛନ୍ତି ଯେ, ସେ ମାଣ୍ଡସାଉର ଜିଲ୍ଲାର ସୁୱାସରରୁ ଦ୍ବିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି, ମାତ୍ର ଦଳରେ ତାଙ୍କୁ ଅଣଦେଖା ଓ ଅବହେଳା କରୁଥିବା ସେ କହିଛନ୍ତି । ଏହାସହ କୌଣସି ମନ୍ତ୍ରୀ ଏବଂ ଅଧିକାରୀ ତାଙ୍କ କଥା ଶୁଣୁ ନାହାଁନ୍ତି ଫଳରେ ସେ ବାଧ୍ୟ ହୋଇ ଇସ୍ତଫା ଦେଇଥିବା କହିଛନ୍ତି ।

କିଛି ଦିନ ତଳେ ରାଜ୍ୟର 10 ଜଣ ବିଧାୟକ ନିଖୋଜ ହୋଇଯାଇଥିବା ବେଳେ ବିଜେପି ଏହି ବିଧାୟକମାନଙ୍କୁ ବନ୍ଧକ ରଖିଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିମଧ୍ୟରୁ 6 ଜଣ ବିଧାୟକ ଫେରି ଆସିଥିଲେ, ଚାରିଜଣ ବିଧାୟକ ଏପର୍ଯ୍ୟନ୍ତ ଭୋପାଳକୁ ଫେରି ନଥିବା ସୂଚନା ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, କମଲନାଥଙ୍କ ନେତୃତ୍ୱାଧୀନ ୧୫ ମାସର କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମଧ୍ୟପ୍ରଦେଶ ସରକାରକୁ ଭାଙ୍ଗିବା ପାଇଁ ବିଜେପି ‘ଅପରେସନ୍‌ ହୋଲି’ ଆରମ୍ଭ କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ABOUT THE AUTHOR

...view details