ଭୋପାଳ: ଭିଡ ମଧ୍ୟରେ ଟ୍ରାଫକ ମେନ ସାଜିଲେ କ୍ରୀଡା ମନ୍ତ୍ରୀ । ଘଣ୍ଟା ଧରି ଟ୍ରାଫିକ ଜାମରେ ଫସି ରହିଥିବା ଯାନବାହନକୁ ରାସ୍ତା କଢାଇଲେ କ୍ରୀଡା ମନ୍ତ୍ରୀ ଜିତୁ ପଟୱାରୀ । ଗତକାଲି ଇନ୍ଦୋରରେ ପ୍ରବଳ ବର୍ଷା କାରଣରୁ ଦୀର୍ଘ ସମୟ ଧରି ଟ୍ରାଫିକ ଭିତରେ ଫସି ରହିଥିଲେ ଲୋକେ । ଆଉ ଏଥିରେ ଶିକାର ହୋଇଥିଲେ କ୍ରୀଡା ମନ୍ତ୍ରୀ ଜିତୁ ପଟୱାରୀ । ଏହା ପରେ ରାସ୍ତାକୁ ଓହ୍ଲାଇ ଏକ ପୋଲିସର ଦାୟିତ୍ବ ନିଭାଇଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।
କ୍ରୀଡାମନ୍ତ୍ରୀ ସାଜିଲେ ଟ୍ରାଫିକ ପୋଲିସ - ଟ୍ରାଫିକ ପୋଲିସରେ କ୍ରୀଡାମନ୍ତ୍ରୀ
ଭିଡ ଭିତରେ ଟ୍ରାଫିକ ପୋଲିସର ଦାୟିତ୍ବ ନିଭାଇଲେ କ୍ରୀଡାମନ୍ତ୍ରୀ । ଘଣ୍ଟା ଘଣ୍ଟା ଧରି ଫସି ରହିବା ଗାଡିମୋଟରକୁ କଢାଇଲେ ରାସ୍ତା ।
ଫଟୋ ସୌଜନ୍ୟ: ଏଏଆଇ
ଭିଡିଓ ସୌଜନ୍ୟ: ଏଏଆଇ
ମଧ୍ୟପ୍ରଦେଶରେ ଗତ କିଛି ଦିନ ଧରି ଲାଗି ରହିଛି ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଲେଣି ସାଧାରଣଲୋକେ । କେତେକ ସ୍ଥାନରେ ପାଣି ଜମି ରହିଥିବାରୁ ରାସ୍ତାଘାଟ ଜାମ ହୋଇରହୁଛି । ତେବେ ଇନ୍ଦୋରରେ ଗତକାଲି ପ୍ରବଳ ବର୍ଷା ଯୋଗୁଁ ଘଣ୍ଟା ଧରି ରାସ୍ତା ଜାମ ରହିଥିଲା ।