ଓଡିଶା

odisha

ETV Bharat / bharat

ଫେରିବେ ମାମା; ପନ୍ଦର ମାସ ପରେ ପୁଣି ହେବେ ମୁଖ୍ୟମନ୍ତ୍ରୀ !

ଟାଇଗର ଜିନ୍ଦା ହୈ...2018ରେ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପି ପରାଜିତ ହେବାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏହା କହିଥିଲେ ଶିବରାଜ ସିଂ ଚୌହ୍ବାନ । ଆଉ ଆଜି ସେହି ଟାଇଗର ପୁଣି ଫେରିଛନ୍ତି ମୈଦାନକୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Shivraj sing chahuwan
Shivraj sing chahuwan

By

Published : Mar 20, 2020, 3:34 PM IST

Updated : Mar 20, 2020, 9:36 PM IST

ଭୋପାଳ: ମଧ୍ୟପ୍ରଦେଶ ରାଜନୀତି ଡ୍ରାମାର 17 ଦିନ ମଧ୍ୟରେ ସମାପ୍ତ ହୋଇଛି । ଫ୍ଲୋରଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପୂର୍ବରୁ ନିଜ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି ।

କମଳନାଥ କହିଛନ୍ତି ଆମେ ବିଧାନସଭାରେ 3 ଥର ବହୁମତ ସାବ୍ୟସ୍ତ କରିଛୁ । କିନ୍ତୁ ବିଜେପି ଜନତାଙ୍କ ବିଶ୍ବାସ ସହ ବିଶ୍ବାସଘାତ କରିଛି । ଗଣତନ୍ତ୍ରକୁ ହତ୍ୟା କରିଛି । ଜନତା ବିଜେପିକୁ କେବେ କ୍ଷମା କରିବେ ନାହିଁ । ବିଜେପି କଂଗ୍ରେସ ସରକାର ଗଠନ ହେବା ଦିନଠାରୁ ସରକାର ଭାଙ୍ଗିବାକୁ ପ୍ରୟାସ କରିଆସୁଥିଲା । ଏମିତି ଅଭିଯୋଗ କରିବା ସହ ବିଜେପିର ମୁଖା ଖୋଲିବାକୁ ଚେତାବନୀ ଦେଇଛନ୍ତି । ଏହା ପରେ 15 ମାସର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ।

କମଳନାଥଙ୍କ ଘୋଷଣା ପରେ ମଧ୍ୟପ୍ରଦେଶରେ ପୁଣିଥରେ ଗୈରିକ ଝଣ୍ଡା ଉଡିବା ନିଶ୍ଚିତ ହୋଇଛି । ଏହାସହ ରାଜ୍ୟରେ 15 ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇଥିବା ତଥା ରାଜ୍ୟରେ ମାମା ଭାବେ ପରିଚିତ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ 15 ମାସପରେ ପୁଣି ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ଥୟ । କାରଣ ବିଜେପି ଯଦି ସରକାର ଗଠନ କରେ ଶିବରାଜଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବ । କାରଣ ତାଙ୍କ ଲମ୍ବା ଅନୁଭବ ସହ ବିଧାୟକଙ୍କୁ ଏକଜୁଟ ରଖିବାର କ୍ଷମତା ଅଛି । ଏହାସହ ତାଙ୍କର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରହିଛି । ଏପରି ସ୍ଥଳେ ଶିବରାଜ ହିଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ନି-ସନ୍ଦେହରେ କୁହାଯାଇପାରେ । ଫଳରେ ଏବେ ସାରା ରାଜ୍ୟରେ ମାମାଙ୍କ ସ୍ବାଗତ ପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2020, 9:36 PM IST

ABOUT THE AUTHOR

...view details