ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶରେ ଜୁନ୍ 15 ଯାଏଁ ଲକଡାଉନ ବୃଦ୍ଧି

ମଧ୍ୟପ୍ରଦେଶରେ କୋଭିଡ 19 ପରିସ୍ଥିତି ସଙ୍କଟଜନକ ରହିଛି । ଏବେ ସୁଦ୍ଧା 7000 ଉପରେ ଆକ୍ରାନ୍ତ ବାହାରିବା ସହ 329 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

By

Published : May 30, 2020, 9:52 PM IST

ମଧ୍ୟପ୍ରଦେଶରେ ଜୁନ୍ 15 ଯାଏଁ ଲକଡାଉନ ବୃଦ୍ଧି
ମଧ୍ୟପ୍ରଦେଶରେ ଜୁନ୍ 15 ଯାଏଁ ଲକଡାଉନ ବୃଦ୍ଧି

ଭୋପାଳ: କୋରୋନା ସଂକ୍ରମଣ ମୁକାବିଲା ପାଇଁ ମଧ୍ୟପ୍ରଦେଶ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍ 15 ଯାଏଁ ଲକଡାଉନ ଅବଧି ବଢାଇଛନ୍ତି ସରକାର । ଶନିବାର ଏକ ଭିଡିଓ ବନାଇ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ।

ରାଜ୍ୟରେ କୋଭିଡ 19 ପରିସ୍ଥିତି ସଙ୍କଟଜନକ ରହିଛି । ଏବେ ସୁଦ୍ଧା 7000 ଉପରେ ଆକ୍ରାନ୍ତ ବାହାରିବା ସହ 329 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୁକାବିଲା କରିବା ପାଇଁ ସରକାର ଏହି ସମୟସୀମା ବଢାଇଛନ୍ତି । ରାଜ୍ୟରେ ରାଜଧାନୀ ଭୋପାଳରେ ଅଧିକ ଆକ୍ରାନ୍ତ ରହିଛନ୍ତି । ପରିସ୍ଥିତି ଗୁରୁତ୍ବପୂର୍ଣ୍ଣ ଥିବାରୁ ଲକଡାଉନ ବଢାଯାଇଥିବା ଶିବରାଜ ସୂଚନା ଦେଇଛନ୍ତି ।

ଶନିବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ ସମ୍ପର୍କରେ ନୂଆ ନିୟମ ଘୋଷଣା କରାଯାଇଛି । ଆଗାମୀ ଏକ ମାସ ଯାଏଁ ଏହା ସମ୍ପର୍କରେ ଗାଇଡଲାଇନ ପ୍ରସ୍ତୁତ ହୋଇଛି । କଣ୍ଟେନମେଣ୍ଟ ଜୋନ ବାହାରେ ସମସ୍ତ ନିଷେଧାଦେଶ ଉଠାଇ ଦିଆଯାଇଛି । ଏହାସହ ସବୁ ପ୍ରକାର କାର୍ଯ୍ୟକୁ ଅନୁମତି ଦିଆଯାଇଛି ।

ABOUT THE AUTHOR

...view details