ଭୋପାଳ: ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ କୋରୋନା ହଟସ୍ପଟ ଟିହ୍ନଟ ହୋଇଛି । ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 15ଟି ଜିଲ୍ଲାରେ ଏହିସବୁ ସ୍ଥାନ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ଏଥିରେ 15 ଜିଲ୍ଲାର ବିଭିନ୍ନ ସ୍ଥାନର ନାମ ପ୍ରକାଶ ପାଇଛି । ଏହିସବୁ ସ୍ଥାନରେ ଅଧିକ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।