ଓଡିଶା

odisha

By

Published : Mar 20, 2020, 12:37 PM IST

Updated : Mar 20, 2020, 3:08 PM IST

ETV Bharat / bharat

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ କମଳନାଥ

kamal nath has submitted his resignation
kamal nath has submitted his resignation

12:34 March 20

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ କମଳନାଥ

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ କମଳନାଥ

ଭୋପାଳ: ମଧ୍ୟପ୍ରଦେଶ କ୍ଷମତା ଲଢେଇର ପୂର୍ଣ୍ଣଛେଦ ପଡିଛି । ବହୁମତ ଦେବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କମଳନାଥ 15 ମାସର ସରକାରଙ୍କ ଉପଲବ୍ଧି କହିବାପରେ ବିଜେପିକୁ ମନଭରି ସମାଲୋଚନା କଲେ । ତାଙ୍କ ଶାସନ ସମୟର ରାଜ୍ୟ ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ତାହା କହି ସହାନୁଭୂତି ପାଇବାକୁ ଉଦ୍ୟମ କରିଥିଲେ । ପ୍ରାୟ 10 ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ସାମ୍ବାଦିକ ସମ୍ମିଳନୀ କରିବା ପରେ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ।  

ଆଉ ସାମ୍ବାଦିକ ସମ୍ମିଳନୀ ଶେଷ ହେବାପରେ ରାଜଭବନ ଯାଇ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି କମଳନାଥ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2020, 3:08 PM IST

ABOUT THE AUTHOR

...view details