ଓଡିଶା

odisha

By

Published : Feb 16, 2020, 1:51 AM IST

ETV Bharat / bharat

ମଧ୍ୟପ୍ରଦେଶ କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ସିନ୍ଧିୟାଙ୍କ ଚେତାବନୀ ପରେ କମଲନାଥଙ୍କ ଟାର୍ଗେଟ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ମତଭେଦ । ସିନ୍ଧିୟାଙ୍କ ଚେତାବନୀ ପରେ କମଲନାଥଙ୍କ ଟାର୍ଗେଟ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ସିନ୍ଧିୟାଙ୍କ ଚେତାବନୀ ପରେ କମଲନାଥଙ୍କ ଟାର୍ଗେଟ
ମଧ୍ୟପ୍ରଦେଶ କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ସିନ୍ଧିୟାଙ୍କ ଚେତାବନୀ ପରେ କମଲନାଥଙ୍କ ଟାର୍ଗେଟ

ଭୋପାଳ: ଦୀର୍ଘ 15 ବର୍ଷର ବନବାସ ପରେ ବହୁ କଷ୍ଟରେ ମଧ୍ୟ ପ୍ରଦେଶର କ୍ଷେମତାକୁ ଫେରିଛି କଂଗ୍ରେସ । ହେଲେ ସରକାରରେ ସବୁକିଛି ଠିକ୍‌ ଥିବା ପରି ମନେ ହେଉନାହିଁ । କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ଏବେ ଦଳରେ ଗୋଷ୍ଠି କନ୍ଦଳକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ମଧ୍ୟପ୍ରଦେଶ କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ସିନ୍ଧିୟାଙ୍କ ଚେତାବନୀ ପରେ କମଲନାଥଙ୍କ ଟାର୍ଗେଟ

ନିକଟରେ ଟୀମକଗଢର ଏକ ସଭାରେ ସିନ୍ଧିଆ ମଧ୍ୟ ପ୍ରଦେଶ ସରକାରଙ୍କୁ ଚେତାବନୀ ଦେଇଥିଲେ । ନିର୍ବାଚନ ପୂର୍ବରୁ ବଚନ ପତ୍ରରେ ସରକାର ଦେଇଥିବା ପ୍ରତିଶୃତି ଯଦି ପୁରା ନହୁଏ, ତେବେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବେ ବୋଲି କହିଥିଲେ ସିନ୍ଧିଆ । ଶନିବାର ସାମ୍ବାଦିକମାନେ ଏବିଷୟରେ କମଲନାଥଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । ତେବେ କମଲନାଥ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସିନ୍ଧିଆ ଯଦି ଚାହୁଁଛନ୍ତି ତାହାଲେ ରାସ୍ତାକୁ ଓହ୍ଲାନ୍ତୁ ।

ମଧ୍ୟ ପ୍ରଦେଶରେ କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରିବାରେ ଅସମର୍ଥ ରହିଥିଲା । ଏପରି ସ୍ଥିତିରେ ସମାଜବାଦି ପାର୍ଟି, ବହୁ ସମାଜବାଦି ଦଳ ଓ ନିର୍ଦ୍ଦଳୀୟଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା । ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରାଯାଇ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଯାଇଥିଲା । ତେବେ ସରକାର ଗଠନ ହେବା ପରଠୁ ସିନ୍ଧିଆ ବାରମ୍ବାର ବିଭିନ୍ନ ବିଷୟରେ କମଲନାଥ ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି ।

ABOUT THE AUTHOR

...view details