ଭୋପାଳ: ମଧ୍ୟପ୍ରଦେଶ ମହିଳା ଓ ଶିଶୁ ବିକାଶର ବ୍ରାଣ୍ଡ ଆମ୍ବାସଡର ସାଜିଲେ 16 ବର୍ଷୀୟ ରୋଶନୀ । ଦଶମ ପରୀକ୍ଷା 98.5 ପ୍ରତିଶତ ରଖି ଚର୍ଚ୍ଚାକୁ ଆସିଥିଲେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଏକ ଛୋଟିଆ ଗାଁର ରୋଶନୀ ଭଦୌରିୟା । ରୋଶନୀ କେବଳ ବୋର୍ଡ ପରୀକ୍ଷାରେ ଏତେ ପ୍ରତିଶତ ମାର୍କ ରଖିଥିବାରୁ ଚର୍ଚ୍ଚାକୁ ଆସିନଥିଲେ । ବରଂ ପ୍ରତ୍ୟକ ଦିନ ସ୍କୁଲକୁ ସାଇକେଲର 12 କିମି ଯିବା ଆସିବା କରୁଥିଲେ । ଏପରି ପ୍ରତିକୂଳ ପରିସ୍ଥିତିରେ ଦୈନିକ ସ୍କୁଲ ଯାଆ ଆସ କରିବା ପରେ ତାଙ୍କ ପାଠପଢାରେ ବାଧା ସୃଷ୍ଟି କରିପାରିନଥିଲା । ଯାହାକୁ ନେଇ ସାରା ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରିଥିଲା ।
ରୋଶନୀଙ୍କ ଏହି ସାହସିକତାକୁ ଦେଖି ମଧ୍ୟପ୍ରଦେଶ ମହିଳା ଏବଂ ବିକାଶ ମନ୍ତ୍ରୀ ଇମ୍ରତୀ ଦେବୀ ତାଙ୍କୁ ଏହି ବିଭାଗର ଆମ୍ବାସାଡର ଘୋଷଣା କରିଛନ୍ତି । ଇମ୍ରିତୀ ଦେବୀ କହିଛନ୍ତି,'ରୋଶନୀ ଏକ ଉଦାହରଣ ଦେଇଛନ୍ତି ଯେ ଯଦି ଆଗ୍ରହ ଅଧିକ, ତେବେ ସବୁଠାରୁ କଠିନ ରାସ୍ତା ମଧ୍ୟ ସହଜରେ ଠିକ ହୋଇପାରିବ । ରୋଶନୀ ଏବେ ସେହି ଆଲୁଅ ଯେଉଁ ଝିଅମାନେ ନିଜ ସ୍ବପ୍ନକୁ ଅନ୍ଧାର ତଳେ ଦାବି ଦେଉଥିଲେ । ତାଙ୍କ ପ୍ରେରଣା ସାଜି ତାଙ୍କୁ ଆଗକୁ ପଠାଇବାକୁ ପ୍ରୋତ୍ସାହିତ କରିବ ।