ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶକୁ ହଠାତ୍ ଉଡିଆସିଲେ ହଜାର ହଜାର ଝିଣ୍ଟିକା, ନାକେଦମ ପ୍ରଶାସନ - କେନ୍ଦ୍ରୀୟ ଲୋକଷ୍ଟ ଟିମ୍

ମଧ୍ୟପ୍ରଦେଶର ମାଲହରଗଡ ଅଞ୍ଚଳକୁ ରବିବାର ବହୁ ସଂଖ୍ୟକ ଝିଣ୍ଟିକା ଉଡି ଆସିଥିଲେ । ଏହାପରେ କେନ୍ଦ୍ରୀୟ ଲୋକଷ୍ଟ ଟିମ୍ ଏବଂ କୃଷି ବିଜ୍ଞାନ ବିଭାଗର ବହୁ ବୈଜ୍ଞାନିକମାନେ ପହଞ୍ଚି ଏକ ସ୍ପେ କରି ଅଞ୍ଚଳରୁ 60 ପ୍ରତିଶତ ଝିଣ୍ଟିକାଙ୍କୁ ବାହାର କରିଥିବା ମାଣ୍ଡସୌର ଜିଲ୍ଲା ମାଜିଷ୍ଟ୍ରେଟ ମନୋଜ ପୁଷ୍ପ କହିଛନ୍ତି।

locust attack
ମଧ୍ୟପ୍ରଦେଶ ହଠାତ୍ ଉଡିଆସିଲେ ହଜାର ହଜାର ଝିଣ୍ଟିକା

By

Published : May 25, 2020, 12:27 PM IST

ଭୋପାଳ: ମଧ୍ୟପ୍ରଦେଶର ମାଲହରଗଡ ଅଞ୍ଚଳକୁ ରବିବାର ବହୁ ସଂଖ୍ୟକ ଝିଣ୍ଟିକା ଉଡି ଆସିଥିଲେ । ଏହାପରେ କେନ୍ଦ୍ରୀୟ ଲୋକଷ୍ଟ ଟିମ୍ ଏବଂ କୃଷି ବିଜ୍ଞାନ ବିଭାଗର ବହୁ ବୈଜ୍ଞାନିକମାନେ ପହଞ୍ଚି ଏକ ସ୍ପେ କରି ଅଞ୍ଚଳରୁ 60 ପ୍ରତିଶତ ଝିଣ୍ଟିକାଙ୍କୁ ବାହାର କରିଥିବା ମାଣ୍ଡସୌର ଜିଲ୍ଲା ମାଜିଷ୍ଟ୍ରେଟ ମନୋଜ ପୁଷ୍ପ କହିଛନ୍ତି।

ଗତ ରବିବାର ଉତ୍ତରପ୍ରଦେଶ କୃଷି ବିଭାଗ ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କୁ ଝିଣ୍ଟିକା ଆକ୍ରମଣର ସମ୍ଭାବନା ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହ ପ୍ରତିକାର ସ୍ବରୁପ ପଦକ୍ଷେପ ନେବାକୁ କହିଥିଲେ ।

କୁହାଯାଏ ଯେ, ଝିଣ୍ଟିକା ଆକ୍ରମଣ ସ୍ଥଳରେ କୃଷକମାନେ ଡ୍ରମ୍, ପ୍ଲେଟ୍ ଇତ୍ୟାଦି ବଜାଇ ଶବ୍ଦ କରିବା ଉଚିତ୍। ଏଥିସହ କୃଷକମାନେ କୃଷି ପ୍ରତିରକ୍ଷା ରାସାୟନିକ ପଦାର୍ଥ ଯେପରିକି ଟ୍ରାକ୍ଟର ମାଉଣ୍ଟ ସ୍ପ୍ରେ, ପାୱାର ସ୍ପ୍ରେ ଇତ୍ୟାଦି ମଧ୍ୟ ସ୍ପ୍ରେ କରିପାରିବେ ବୋଲି ଏକ ବିବୃତ୍ତିରେ କୁହାଯାଇଛି ।

ଚଳିତ ବର୍ଷ ସାଧାରଣତଃ ଜୁନ୍ ଏବଂ ଜୁଲାଇରେ ଆସିବାକୁ ଥିବା ଝିଣ୍ଟିକାମାନେ ଆଗୁଆ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି। ଝିଣ୍ଟିକା ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡିକ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details