ଭୋପାଳ: ମୁଖ୍ୟମନ୍ତ୍ରୀ ପଦରେ ଶିବରାଜ ସିଂହ ଚୌହାନ ଶପଥ ନେବାର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନ । ମଙ୍ଗଳବାର ଦିନ 11ଟାରେ ଆରମ୍ଭ ହେବ ଏହି ଅଧିବେଶନ । ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନରେ ନିଜର ବହୁମତ ସାବ୍ୟସ୍ତ କରିବ ଶିବରାଜ ସରକାର ।
ଆଜି ମଧ୍ୟପ୍ରଦେଶ ବିଧାନସଭାର ପ୍ରଥମ ଅଧିବେଶନ, ଶିବରାଜ ସାବ୍ୟସ୍ତ କରିବେ ବହୁମତ - Chouhan to prove majority
ମଙ୍ଗଳବାର ଦିନ 11ଟାରେ ଆରମ୍ଭ ହେବ ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନ । ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାବ୍ୟସ୍ତ କରିବେ ବହୁମତ । ଅଧିକ ପଢନ୍ତୁ...
ଆଜି ମଧ୍ୟପ୍ରଦେଶ ବିଧାନସଭାର ପ୍ରଥମ ଅଧିବେଶନ, ଶିବରାଜ ସାବ୍ୟସ୍ତ କରିବେ ବହୁମତ
ମଙ୍ଗଳବାର ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ ଶିବରାଜ ସିଂହ ଚୌହାନ । ଚତୁର୍ଥ ଥର ପାଇଁ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କର ଶପଥ ଗ୍ରହଣ ସମାରୋହ ରାଜଭବନରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ଶିବରାଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ବହୁମତ ଅଭାବରୁ କମଲନାଥ ଇସ୍ତଫା ଦେବାପରେ ମଧ୍ୟପ୍ରଦେଶରେ ପୁଣି ପ୍ରତ୍ୟାବର୍ତ୍ତନ କରିଛି ଶିବରାଜ ସରକାର ।
@PTI_News