ଜୌନପୁର: ଦେଶର ଏକମାତ୍ର ଅଫିସର ଗାଁ ହେଉଛି ଉତ୍ତରପ୍ରଦେଶର ମାଧବପଟ୍ଟି ଗାଁ । ପ୍ରଶାସନିକ ଅଧିକାରୀଙ୍କ ଗାଁ ମାଧବପଟ୍ଟି । ଏକଥା ଆମେ କହୁନୁ, କହୁଛି ଏହି ଗାଁର ପ୍ରତ୍ୟେକ ଘର ଓ ପରିବାର । ଏହି ଗାଁରେ ମାତ୍ର 75ଟି ଘର ରହିଥିବା ବେଳେ ଏଥିରୁ ବାହାରିଛନ୍ତି 51 ଅଫିସର । 51 ଜଣ ଅଫିସରଙ୍କ ମଧ୍ୟରେ ଅନେକ ଏବେ ବିଦେଶରେ ମଧ୍ୟ ନିଜ କର୍ତ୍ତବ୍ୟ ତୁଲାଉଛନ୍ତି । ତେବେ ଗାଁରୁ ଅଫିସର ହେବାର ପ୍ରକ୍ରିୟା 1952 ମସିହାରୁ ଆରମ୍ଭ ହୋଇଛି ।
ଜୌନପୁର ମୁଖ୍ୟାଳୟ ଠାରୁ ମାତ୍ର 10 କିମି ଦୂରରେ ରହିଛି ମାଧବପଟ୍ଟି ଗାଁ । ତେବେ ଏହି ଗାଁ ଅଫିସରଙ୍କ ଗାଁ ନାମରେ ପୁରା ଦେଶରେ ପରିଚିତ ଅଛି । 1952 ମସିହାରେ ପ୍ରକାଶ ସିଂ ସଫଳତା ହାସଲ କରିଥିଲେ । ଏହା ପରେ ଗାଁରୁ ପ୍ରତ୍ୟେକ ବର୍ଷ କେହି ନା କେହି ପ୍ରଶାସନିକ ସେବାରେ ସଫଳତା ହାସଲ କରି ଆସୁଛନ୍ତି ।