ଓଡିଶା

odisha

ETV Bharat / bharat

ଦେଶର ହସ୍ପିଟାଲକୁ ବଣ୍ଟାଗଲା 3 ହଜାର 'ମେଡ ଇନ ଇଣ୍ଡିଆ' ଭେଣ୍ଟିଲେଟର - ସ୍ବେଦେଶୀ ଉତ୍ପାଦ

କୋରୋନା ମହାମାରୀ ବିରୋଧରେ ଲଢିବା ପାଇଁ ଦେଶର ଡାକ୍ତରଖାନାଗୁଡ଼ିକୁ ସ୍ବଦେଶୀ ଭେଣ୍ଟିଲେଟର ବଣ୍ଟନ କରିବା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 3000 ଘରୋଇ ଭେଣ୍ଟିଲେଟର ରାଜ୍ୟଗୁଡିକୁ ବଣ୍ଟନ କରାଯାଇସାରିଛି । ଅଧିକ ପଢନ୍ତୁ...

ଦେଶର ହସ୍ପିଟାଲକୁ ବଣ୍ଟାଗଲା 3 ହଜାର 'ମେଡ ଇନ ଇଣ୍ଡିଆ' ଭେଣ୍ଟିଲେଟର
ଦେଶର ହସ୍ପିଟାଲକୁ ବଣ୍ଟାଗଲା 3 ହଜାର 'ମେଡ ଇନ ଇଣ୍ଡିଆ' ଭେଣ୍ଟିଲେଟର

By

Published : Jun 16, 2020, 6:42 PM IST

ନୂଆଦିଲ୍ଲୀ: ଭେଣ୍ଟିଲେଟର ପାଇଁ ଆଉ ଅନ୍ୟ ଦେଶ ଉପରେ କରିବାକୁ ପଡିବନି ନିର୍ଭର । ଏବେ ଆତ୍ମନିର୍ଭରଶୀଳ ଦିଗରେ ଆଗେଇ ଚାଲିଛି ଭାରତ । ମେକଇନ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ କେନ୍ଦ୍ର ସରକାର କୋରୋନା ମହାମାରୀ ବିରୋଧରେ ଲଢିବା ପାଇଁ ଦେଶର ଡାକ୍ତରଖାନା ଗୁଡ଼ିକୁ ସ୍ବଦେଶୀ ଭେଣ୍ଟିଲେଟର ବଣ୍ଟନ କରିବା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 3000 ଘରୋଇ ଭେଣ୍ଟିଲେଟର ରାଜ୍ୟଗୁଡିକୁ ବଣ୍ଟନ କରାଯାଇସାରିଛି ।

ଜୁନ ମାସ ପର୍ଯ୍ୟନ୍ତ 75,000 ଭେଣ୍ଟିଲେଟରର ଆବଶ୍ୟକ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ଆବଶ୍ୟକତା ସମେତ କେନ୍ଦ୍ର ନିର୍ଦ୍ଦେଶକୁ ତ୍ବରାନ୍ବିତ କରାଯାଇଥିଲା । ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 3000 ସ୍ବେଦେଶୀ ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଗୁଡିକରେ ଥିବା ହସ୍ପିଟାଲକୁ ବଣ୍ଟନ କରାଯାଇଛି । ଆଗାମୀ ଦିନରେ ଭେଣ୍ଟିଲେଟରର ଘରୋଇ ଉତ୍ପାଦନ ତ୍ବାରାନ୍ବିତ ହେବାକୁ ଯାଉଛି ବୋଲି ଅଧିକାରୀ କହିଛନ୍ତି।

ମେକ୍ ଇନ୍ ଇଣ୍ଡିଆ ଅଧିନରେ ଭେଣ୍ଟିଲେଟରର ସ୍ଥାନୀୟ ଉତ୍ପାଦକମାନଙ୍କୁ ଚିହ୍ନଟ କରାଯାଇଥିଲା । ନୂତନ ଯୋଗାଣ ସୃଷ୍ଟି, ତାଲିମ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଚୂଡ଼ାନ୍ତ କରିବା ଉପରେ ସେମାନଙ୍କୁ ମାର୍ଗଦର୍ଶନ କରାଯାଇଥିଲା ।

ସ୍କାନରେ ସହାୟତାରେ ପ୍ରମୁଖ ଘରୋଇ କମ୍ପାନୀ ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL)କୁ 30,000 ଭେଣ୍ଟିଲେଟର ପାଇଁ ଅର୍ଡର ଦିଆଯାଇଥିବାବେଳେ ଘରୋଇ ଉତ୍ପାଦକ ଏଜିଭିଏ (ଅଟୋମୋବାଇଲ୍ କମ୍ପାନୀ- ମାରୁତି ସୁଜୁକି ଲିମିଟେଡ୍ ସହଯୋଗରେ)କୁ 10,000 ଭେଣ୍ଟିଲେଟର ଆବଶ୍ୟକତା ଥିବା ଦର୍ଶାଇଥିଲା । ସେହିପରି ଏମଟିଜେଡ ପ୍ରାୟ 13,500 ୟୁନିଟ୍ ପାଇଁ ଅର୍ଡର ଗ୍ରହଣ କରିଥିଲା । ଏମାନଙ୍କ ବ୍ୟତୀତ ଭାରତୀୟ ସଂସ୍ଥା ଜ୍ୟୋତି ସିଏନ୍ସିକୁ 5000 ଭେଣ୍ଟିଲେଟର ବିକାଶ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ମେ 13ରେ କେନ୍ଦ୍ର ସରକାର ନିଜ ପ୍ରେସ ବିବୃତ୍ତିରେ କହିଥିଲେ ଯେ ସମଗ୍ର ଦେଶରେ ମହାମାରୀ କୋରୋନାର ମୁକାବିଲା ପାଇଁ ପିଏମ କେୟାର ପାଣ୍ଠିରୁ ଅର୍ଥ 2000 କୋଟି ବିନିଯୋଗ ହୋଇ ପ୍ରାୟ 5000ଟି ସ୍ବେଦେଶୀ ଭେଣ୍ଟିଲେଟର କ୍ରୟ କରାଯିବ। ଇତି ମଧ୍ୟରେ ଭେଣ୍ଟିଲେଟର ଯୋଗାଇବା ପାଇଁ ହାମିଲଟନ୍, ମାଇଣ୍ଡ୍ରେ ଏବଂ ଡ୍ରାଗର ଭଳି ଅନ୍ତର୍ଜାତୀୟ କମ୍ପାନୀକୁ ମଧ୍ୟ ଅର୍ଡର ଦିଆଯାଇଛି ।

@ANI

ABOUT THE AUTHOR

...view details