ଓଡିଶା

odisha

ETV Bharat / bharat

ଛାତ ଉପରେ 'ମେଡ୍ ଇନ୍ ଇଣ୍ଡିଆ' ବିମାନ ବିକଶିତ, ସହାୟତା ପାଇଁ ଆଗେଇ ଆସିଲା ମହାରାଷ୍ଟ୍ର ସରକାର - made in india aircraft made on roof of house now maharastra govt comes forword to help

କ୍ୟାପଟେନ ଆମୋଲ ଯାଦବ ନିଜ ଘରର ଛାତ ଉପରେ ବିକଶିତ କରିଥିଲେ ସମ୍ପୂର୍ଣ୍ଣ 'ମେଡ୍ ଇନ୍ ଇଣ୍ଡିଆ' ବିମାନ । ଆଉ ଏହି ଖବର ପ୍ରକାଶ ହେବା ପରେ ଏବେ ତାଙ୍କୁ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ମହାରାଷ୍ଟ୍ର ସରକାର । ଏନେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ଘୋଷଣା କରିଛନ୍ତି ।

ଘର ଛାତ ଉପରେ 'ମେଡ୍ ଇନ୍ ଇଣ୍ଡିଆ' ବିମାନ ବିକଶିତ, ସହାୟତା କରିବାକୁ ଆଗେଇ ଆସିଲେ ମହରାଷ୍ଟ୍ର ସରକାର
ଘର ଛାତ ଉପରେ 'ମେଡ୍ ଇନ୍ ଇଣ୍ଡିଆ' ବିମାନ ବିକଶିତ, ସହାୟତା କରିବାକୁ ଆଗେଇ ଆସିଲେ ମହରାଷ୍ଟ୍ର ସରକାର

By

Published : Aug 19, 2020, 2:11 PM IST

ମୁମ୍ବାଇ: କ୍ୟାପଟେନ ଆମୋଲ ଯାଦବ ନିଜ ଘରର ଛାତ ଉପରେ ବିକଶିତ କରିଥିଲେ ସମ୍ପୂର୍ଣ୍ଣ 'ମେଡ୍ ଇନ୍ ଇଣ୍ଡିଆ' ବିମାନ । ଆଉ ଏହି ଖବର ପ୍ରକାଶ ହେବା ପରେ ଏବେ ତାଙ୍କୁ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ମହାରାଷ୍ଟ୍ର ସରକାର । ଏନେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ଘୋଷଣା କରିଛନ୍ତି ।

ଗତ ସପ୍ତାହରେ ଯାଦବ ଦାବି କରିଥିଲେ ଯେ ତାଙ୍କ ବିମାନ ପାଇଲଟ ବିମାନର ପ୍ରଥମ ପର୍ଯ୍ୟାୟ ସଫଳତାର ସହିତ ଶେଷ କରିଛି । ଯାଦବ ଏହି ବିମାନକୁ କାଣ୍ଡିଭାଲିରେ ଥିବା ତାଙ୍କ ଘରର ଛାତରେ ବିକଶିତ କରିଛନ୍ତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗତ ବର୍ଷ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ବିମାନ ପାଇଁ ଅନୁମତି ଦେଇଥିଲା।

ଯାଦବ ଦୁଇ ଦଶନ୍ଧି ଧରି ଏହା ଉପରେ କାର୍ଯ୍ୟ କରିଆସୁଛନ୍ତି । ଗତ ସପ୍ତାହରେ ସେ କହିଥିଲେ ଯେ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷଣ ପାଇଁ ବିମାନକୁ 2,000 ଫୁଟ ଉଚ୍ଚରେ ଉଡ଼ିବାକୁ ପଡିବ । ଯାଦବ ଜେଟ୍ ଏୟାରୱେଜ୍ ର ପୂର୍ବତନ ପାଇଲଟ୍ ଅଛନ୍ତି । ହେଲେ ଏହାର କାର୍ଯ୍ୟ ଏବେ ବନ୍ଦ ହୋଇଯାଇଛି ।

ସରକାରୀ ବିବୃତ୍ତି ଅନୁଯାୟୀ ଦେଶାଇ କହିଛନ୍ତି ଯେ ଡିଜିସିଏଙ୍କ ଅନୁମତି ପରେ ଯାଦବଙ୍କ ପ୍ରକଳ୍ପକୁ ଶିଳ୍ପ ବିଭାଗ ସବୁ ପ୍ରକାର ସହାୟତା କରିବ। ସରକାର ସେମାନଙ୍କ ପ୍ରକଳ୍ପ ସ୍ଥାପନ ପାଇଁ ଜମି ଦେବେ । ଦେଶାଇ ଆହୁରୀ ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ଯାଦବଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details