ଗୌହାଟୀ: ଦୁଇ ଦିନିଆ ଆସାମ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ରବିବାର ଆସାମର ପ୍ରସିଦ୍ଧ କାମାକ୍ଷ ମନ୍ଦିର ଦର୍ଶନ କରିଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଆସାମର ପ୍ରସିଦ୍ଧ କାମାକ୍ଷ ମନ୍ଦିର ଦର୍ଶନ କଲେ ଗୃହମନ୍ତ୍ରୀ ଅମିତ ଶାହ - Assam Maa Kamakhya Devi temple
ଆସାମର ପ୍ରସିଦ୍ଧ କାମାକ୍ଷ ମନ୍ଦିରରେ ମାଙ୍କ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମାଙ୍କ ଠାରେ ସେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...
ରବିବାର ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ ମାଙ୍କ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମାଙ୍କ ଠାରେ ସେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ତାଙ୍କ ସହିତ ଆସାମ ମୁଖ୍ୟମନ୍ତ୍ରୀ ସର୍ବୋନନ୍ଦ ସୋନେୱାଲ ଓ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମଧ୍ୟ ଦର୍ଶନ କରିଥିଲେ । ସୂଚନା ଥାଉକି ଆସାମରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ଦୁଇ ଦିନିଆ ଆସାମ ଗସ୍ତ କରିଥିଲେ । ସେ ଦଳର ସଂଗଠନ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟରେ ବିଜେପିର ସ୍ଥିତି ନେଇ ଆଲୋଚନା କରିଥିଲେ । ଏହି ଗସ୍ତରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଥିଲେ ।