ଓଡିଶା

odisha

ETV Bharat / bharat

ରାଜ୍ୟସଭାର 11 ଜଣ ସଦସ୍ୟଙ୍କ ଅବସର ଘୋଷଣା କଲେ ଅଧ୍ୟକ୍ଷ - retirement of 11 Rajya Sabha members

ଆଜି ଠାରୁ ସଂସଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ । ନଭେମ୍ବରରେ ରାଜ୍ୟସଭାରୁ 11 ଜଣ ସାଂସଦ ନିଜର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି । ଫଳରେ ଆଜି ଆଗୁଆ ସେମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

ରାଜ୍ୟସଭାର 11 ଜଣ ସଦସ୍ୟଙ୍କ ଅବସର ଘୋଷଣା କଲେ ଅଧ୍ୟକ୍ଷ
ରାଜ୍ୟସଭାର 11 ଜଣ ସଦସ୍ୟଙ୍କ ଅବସର ଘୋଷଣା କଲେ ଅଧ୍ୟକ୍ଷ

By

Published : Sep 23, 2020, 1:50 PM IST

ନୂଆଦିଲ୍ଲୀ: ଆଗାମୀ ନଭେମ୍ବର ମାସରେ 11 ଜଣ ସଦସ୍ୟ ରାଜ୍ୟସଭାରେ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ । ଆଜି ଠାରୁ ରାଜ୍ୟସଭା ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବ । ତେଣୁ ରାଜ୍ୟସଭାରେ ଆଗୁଆ ଅବସର ନେବାକୁ ଥିବା ସମସ୍ତ ସାଂସଦ ନାମ ଘୋଷଣା କରିଛନ୍ତି ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

ଅବସର ନେବାକୁ ଥିବା ସମସ୍ତ ସାଂସଦ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର । ସେମାନେ ହେଲେ ଡ.ଛତ୍ରପାଲ ସିଂ ଯାଦବ, ଜାଭେଦ ଅଲି ଖାନ, ପିଏଲ ପୁନିଆ, ରବି ପ୍ରକାଶ ଭର୍ମା, ରାଜ ରାମ, ରାମ ଗୋପାଳ ଯାଦବ, ବୀର ସିଂ, ହରିଦୀପ ସିଂ ପୁରୀ, ନୀରଜ ଶେଖର, ଅରୁଣ ସିଂ ଏବଂ ରାଜ ବାବର।

ଅଧ୍ୟକ୍ଷ ସମସ୍ତ ସାଂସଦଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ କହିଥିଲେ, ଅବସର ସମୟରେ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । ରାଜ୍ୟସଭାର ଜଣେ ସଦସ୍ୟ ଭାବେ ଦେଶର ଲୋକଙ୍କୁ ସେବା ଯୋଗାଇବା ନିଶ୍ଚୟ ସନ୍ତୁଷ୍ଟତାର ଭାବନା ଦେଇଥାଏ। ଅବସରପ୍ରାପ୍ତ ସଦସ୍ୟମାନେ ଏହି ଗୃହରେ ବିଶେଷ ଅବଦାନ ରଖିଛନ୍ତି । ଗଣତନ୍ତ୍ର ପାଇଁ ସେମାନେ ନିଜକୁ ଉତ୍ସର୍ଗ କରିଥିଲେ । ସମସ୍ତ ସଦସ୍ୟ ମନେ ରହିବେ ।

ନାଇଡୁ କହିଛନ୍ତି ଯେ ଅବସରପ୍ରାପ୍ତ ସଦସ୍ୟମାନେ ଲୋକଙ୍କ ଉଦ୍ଦେଶ୍ୟରେ ସେବା କରିବେ ଏବଂ ଗଣତନ୍ତ୍ରକୁ ମଜବୁତ କରିବେ। "ସେମାନେ ଅବସର ନେଇଛନ୍ତି କିନ୍ତୁ ଥକି ନାହାଁନ୍ତି। ସେମାନେ ଲୋକଙ୍କର ସେବା ଜାରି ରଖିବେ ଏବଂ ଲୋକଙ୍କ ସମସ୍ୟାକୁ ସମାଧାନ କରିବେ। ଅଧ୍ୟକ୍ଷ ସମସ୍ତ ସାଂସଦଙ୍କ ସ୍ୱାସ୍ଥ୍ୟ ଏବଂ ସୁଖ ଏବଂ ଦେଶ ପାଇଁ ଆହୁରି ଅନେକ ବର୍ଷର ସେବା କାମନା କରିଥିଲେ।

ରାଜ୍ୟସଭାର ପ୍ରତ୍ୟେକ ସଦସ୍ୟ 6 ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଦସ୍ୟ ଅବସର ଗ୍ରହଣ କରନ୍ତି ଏବଂ ନୂତନ ସଦସ୍ୟ ବାଛିବା ପାଇଁ ନୂତନ ନିର୍ବାଚନ ଅନୁଷ୍ଠିତ ହୁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details