ଓଡିଶା

odisha

ETV Bharat / bharat

ଶହୀଦ କର୍ଣ୍ଣଲଙ୍କ ପରିବାରକୁ ତେଲେଙ୍ଗାନା ସରକାର ଦେବେ 5 କୋଟି - ତେଲେଙ୍ଗାନା ସରକାର

ଭାରତ-ଚୀନ ସଂଘର୍ଷରେ ଶହୀଦ ହୋଇଥିବା କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ପରିବାରକୁ 5 କୋଟି ଟଙ୍କା ସହାୟତା ରାଶୀ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ।

ତେଲେଙ୍ଗାନା ସରକାର
ତେଲେଙ୍ଗାନା ସରକାର

By

Published : Jun 19, 2020, 8:21 PM IST

ହାଇଦ୍ରାବାଦ: ଭାରତ-ଚୀନ ସଂଘର୍ଷରେ ଶହୀଦ ହୋଇଥିବା କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ପରିବାରକୁ 5 କୋଟି ଟଙ୍କା ସହାୟତା ରାଶୀ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ଏହା ସହିତ ରାଜ୍ୟ ସରକାର ତାଙ୍କ ପରିବାରର ଜଣେ ସଦସ୍ୟକୁ ଚାକିରୀ ଏବଂ ବାସଭବନ ପ୍ରଦାନ କରିବେ । ତେବେ ମୁଖ୍ୟ ମନ୍ତ୍ରୀ ଖୁବ ଶୀଘ୍ର ଶହୀଦଙ୍କ ପରିବାରକୁ ଭେଟିବେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଚେକ ପ୍ରଦାନ କରିବେ ବୋଲି ଜଣା ପଡିଛି ।

ଏହା ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏହି ସଂଘର୍ଷରେ ଶହୀଦ ହୋଇଥିବା ଅନ୍ୟ 19 ଯବାନଙ୍କ ପରିବାରକୁ ମଧ୍ୟ ସହାୟତା ରାଶି ପ୍ରଦାନ କରିବେ । ସେମାନଙ୍କ ପରିବାରକୁ ସେ 10 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡିଛି । ଏହି ରାଶୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଜରିଆରେ ଶହୀଦଙ୍କ ପରିବାରକୁ ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ସମେତ 20 ଯବାନ ଶହୀଦ ହୋଇଥିଲେ ।

ABOUT THE AUTHOR

...view details