ଓଡିଶା

odisha

ETV Bharat / bharat

ତୃତୀୟ ଚନ୍ଦ୍ରଗ୍ରହଣ, ଏହି ସମୟରେ ଖାଦ୍ୟଗ୍ରହଣ କେତେ ନିରାପଦ ? - ପାକ ନିଷେଧ

ଆଜି ହେଉଛି ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ। ଜୁଲାଇ 5 ଭୋର୍ ବେଳେ ଏହା ସଂଘଟିତ ହେବାକୁ ଥିବା ବେଳେ ବିଶ୍ବର ଅନେକ ସ୍ଥାନରେ ପୂର୍ଣ୍ଣଗ୍ରହଣ ଦେଖିବାକୁ ମିଳିବା ନଭେମ୍ବର 30 ରେ ଆଉ ଏକ ଗ୍ରହଣ ହେବ। ତେବେ ଏହି ସମୟରେ ଖାଦ୍ୟ ଗ୍ରହଣ କେତେ ଗ୍ରହଣୀୟ ପଢନ୍ତୁ...

ତୃତୀୟ ଚନ୍ଦ୍ରଗ୍ରହଣ, ଏହି ସମୟରେ ଖାଦ୍ୟଗ୍ରହଣ କେତେ ନିରାପଦ ?
ତୃତୀୟ ଚନ୍ଦ୍ରଗ୍ରହଣ, ଏହି ସମୟରେ ଖାଦ୍ୟଗ୍ରହଣ କେତେ ନିରାପଦ ?

By

Published : Jul 5, 2020, 10:13 AM IST

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା। ପ୍ରତ୍ୟେକ ବର୍ଷ ଏହା ଘଟିଥାଏ। ବିଶ୍ବାସ ଓ ବିଜ୍ଞାନ, ସଚେତନତା ମଧ୍ୟରେ ଆଜିର ଏହି ଆଧୁନିକ ସମାଜ ମଧ୍ୟ ଏହାକୁ ଗ୍ରହଣ କରିଥାଏ। ଚଳିତ ବର୍ଷ ଜାନୁଆରୀ 10 ରେ 2020 ର ପ୍ରଥମ ଚନ୍ଦ୍ରଗ୍ରହଣର ଦୃଶ୍ୟମାନ ହେବା ପରେ, ପୁଣି ଜୁନ୍ 5 ଏବଂ 6 ରେ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣକୁ ଉପଭୋଗ କରିଛନ୍ତି ଦେଶବାସୀ।

ଆଜି ହେଉଛି ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ। ଜୁଲାଇ 5 ଭୋର୍ ବେଳେ ଏହା ସଂଘଟିତ ହେବାକୁ ଥିବା ବେଳେ ବିଶ୍ବର ଅନେକ ସ୍ଥାନରେ ପୂର୍ଣ୍ଣଗ୍ରହଣ ଦେଖିବାକୁ ମିଳିବା ନଭେମ୍ବର 30 ରେ ଆଉ ଏକ ଗ୍ରହଣ ହେବ। ପୂର୍ବ ପ୍ରଥା, ପରମ୍ପରା ଓ ବିଶ୍ବାସକୁ ପାଥେୟ କରି ଏହି ସମୟରେ ବାହାରକୁ ବାହାରିଲେ ଶରୀର ଉପରେ କୁପ୍ରଭାବ ପଡିଥାଏ ବୋଲି କୁହାଯାଏ। ତେଣୁ କେତେଗୁଡିକ ଜିନିଷ ବାରଣ ସହ ପାକ ନିଷେଧ ହୋଇଥାଏ। ତେଣୁ ଅନେକ ଲୋକ ମଧ୍ୟ ଏହାକୁ ମାନି ସମୟ ପୂର୍ବରୁ ପାକ ତ୍ୟାଗ କରିଥାନ୍ତି। ଯାହାକୁ ହାଣ୍ଡିଛାଡ କୁହାଯାଏ।

ଚନ୍ଦ୍ରଗ୍ରହଣ ସମୟରେ ରାନ୍ଧିବା ଏବଂ ରନ୍ଧା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ସହିତ ଏହା ଏକ ସାଧାରଣ ବିଶ୍ୱାସ ଯେ ଚନ୍ଦ୍ରଗ୍ରହଣ ସମୟରେ ନିର୍ଗତ ହେଉଥିବା କ୍ଷତିକାରକ ରଶ୍ମି ଖାଦ୍ୟକୁ ବିଷାକ୍ତ କରିଥାଏ। ତେଣୁ ଖାଦ୍ୟ ସାମଗ୍ରୀ ଖୋଲା ସ୍ଥାନରେ ରଖିବା ଉଚିତ୍ ନୁହେଁ ।

ତେବେ ଚନ୍ଦ୍ର ଗ୍ରହଣ ସମୟରେ ଫଳଆହର କରିବା ଉଚିତ୍ ନୁହେଁ। ଗ୍ରହଣର କିରଣ ଫଳମୂଳର ପୋଷକ ତତ୍ତ୍ବ ନଷ୍ଟ କରିଦେଇଥାଏ। ସେହିପରି ଅନୁରୂପ ଭାବେ ମଦ, ମାଂସ ଓ ଅନ୍ୟାନ୍ୟ ଖାଦ୍ୟ ଖାଇବା ବର୍ଜନୀୟ।

ସେହିପରି ପୂର୍ବ ରନ୍ଧା ଖାଦ୍ୟ ବା ବାସି ଖାଦ୍ୟକୁ ଗ୍ରହଣ ନକରି ଫିଙ୍ଗିଦେବା ଜରୁରୀ। ନଚେତ୍ ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହ ଅସୁସ୍ଥ କରାଇଥାଏ ବୋଲି କୁହାଯାଏ। କାରଣ ସେହି ସମୟରେ ଚନ୍ଦ୍ରଙ୍କ ଠାରୁ ଆସୁଥିବା ରଶ୍ମି ସେ ସବୁ ଖାଦ୍ୟକୁ ବିଷାକ୍ତ କରିଦେବାର ଆଶଙ୍କା ରହିଛି। ତେଣୁ ଗ୍ରହଣ ଛାଡି଼ବା ପରେ ସ୍ନାନ କରି ଖାଦ୍ୟ ରାନ୍ଧି ଭୋଜନ ଗ୍ରହଣ କରିବା ଉଚିତ୍।

ABOUT THE AUTHOR

...view details