ହାଇଦ୍ରାବାଦ: ଚଳିତ ମାସ 21 ତାରିଖରେ ଦେଖାଦେବ ସୂର୍ଯ୍ୟଗ୍ରହଣ । ଭାରତୀୟ ସମୟ ଅନୁସାରେ, ଏହା ସକାଳ 9.15 ରେ ଲାଗି 3.2 ମିନିଟରେ ଛାଡିବ । ମଧ୍ୟାହ୍ନ 12 ରେ ଏହା ବେଶ ପ୍ରଭାବଶାଳୀ ରହିବ । ବିଶେଷେ ଭାବେ ଏହି ଗ୍ରହଣ ଭାରତରେ ଦେଖିବାକୁ ମିଳିବ । ତେବେ ଏହି ସମୟରେ ଆପଣଙ୍କ ରାଶିରେ କେମିତି ରହିବ ଏହାର ପ୍ରଭାବ । ଜାଣିବା ପାଇଁ ପଢନ୍ତୁ...
ରାଶି ଉପରେ ଗ୍ରହଣର ପ୍ରଭାବ
ମେଷ- ସାମଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ଲୋକଙ୍କଠାରୁ ମାନ ସମ୍ମାନ ଲାଭ ହେବ ।
ବୃଷ- ଆର୍ଥିକ କ୍ଷେତ୍ର ଏବଂ କର୍ମକ୍ଷତ୍ରରେ ହାନୀ ଘଟିବ । ତେଣୁ ସାବଧାନ ରୁହନ୍ତୁ ।
ମିଥୁନ- ଯାନବାହାନ ସାବଧାନ ହୋଇ ଚଲାନ୍ତୁ । ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।
କର୍କଟ- ଜମିବାଡି ବିବାଦ ମୁଣ୍ଡ ଟେକିବ । ତେଣୁ ଯଥାସମ୍ଭବ ଏଥିରୁ ନିବୃତ ରୁହନ୍ତୁ ।
ସିଂହ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀ ଦ୍ବାରା ଆର୍ଥିକ ଅବିବୃଦ୍ଧି ଘଟିପାରେ ।